ସ୍ତ୍ରୀକୁ ମାରି ବାଡିରେ ପୋତିଦେବା ଘଟଣା : ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ

Published By : Prameya-News7 Bureau | August 14, 2019 IST

ଆନନ୍ଦପୁର ୧୪|୮: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଣା ଗାଁର ପ୍ରଦୀପ ମଲ୍ଲିକଙ୍କ ବାଡିରୁ ମାଟି ତଳେ ପୋତା ହୋଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପ୍ରଦୀପଙ୍କୁ ଗିରଫ କରିଛି ପୋଲିସ । ମୃତା ମହିଳା ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତା ବୋଲି ପୋଲିସ ନିଶ୍ଚିତ ହୋଇଛି ।

{"id":144239}

ତେବେ ମୃତଦେହ ଉଦ୍ଧାର ହେବା ଦିନଠାରୁ ପ୍ରଦୀପ ଫେରାର ଥିଲେ । କୌଣସି ଏକ ସ୍ଥାନରେ ପ୍ରଦୀପ ଲୁଚି ରହିଥିବାର ଖବର ପାଇ ଅଚାନକ ଚଢାଉ କରି ସେଠାରୁ ତାକୁ ଗିରଫ କରିଥିଲା ପୋଲିସ । ଥାନାରେ ତାକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ନନ୍ଦିପଦା ପୋଲିସ ।

{"id":144240}

ପ୍ରଦୀପଙ୍କ ବାଡିରୁ ଦୁର୍ଗନ୍ଧ ହେବାରୁ ସଂଦେହରେ ସ୍ଥାନୀୟ ଗ୍ରାମରକ୍ଷୀ ପୋଲିସକୁ ଖବର ଦେଇଥିଲେ । ଗତ ୯ ତରିଖରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଂଟିଫିକ୍ ଟିମ୍ ସହାୟତାରେ ପ୍ରଦୀପଙ୍କ ବାଡିରୁ ପତ୍ନୀ ମଧୁସ୍ମିତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.