Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ପଟ୍ଟନାୟିକିଆ ଟ୍ରିପଲ ମର୍ଡର: ୩୦ ବର୍ଷ ତଳର ପାରିବାରିକ ବିବାଦ ୩ ଭାଇଙ୍କୁ ହତ୍ୟାର କାରଣ, ୬ଜଣଙ୍କୁ ପୋଲିସ ଗିରଫ କଲା ,ହେଲେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର

16/07/2019 at 7:25 PM

ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ପୁରୀର ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଏହି ପରିବାରର ଜଣଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ବି ପୂର୍ବରୁ ଏମାନଙ୍କ ଉପରେ ଆକ୍ରମଣ କରିଥିଲେ ।ତେବେ ୩୦ ବର୍ଷ ତଳର ପାରିବାରିକ ବିବାଦ ସହ ଜମି ବାଡି ବିବାଦ ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଛି । …

୩୦ ବର୍ଷ ତଳର ପାରିବାରିକ ବିବାଦ ୩ ଭାଇଙ୍କ ହତ୍ୟାର କାରଣ । କାହିଁକି ଗୋଟିଏ ପରିବାରର ୩ ଭାଇଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଗଲା । ଏହାର କାରଣ ଖୋଜିବାକୁ ଯାଇ ନ୍ୟୁଜ୍‌ ସେଭେନ୍‌ ହାତରେ ଲାଗିଛି ଏହି ତଥ୍ୟ । ୩୦ ବର୍ଷ ତଳେ ଗାଁରୁ ଆରମ୍ଭ ହୋଇଥିଲା ବିବାଦ । ଜମିବାଡ ପାଇଁ ଈଶ୍ବର ବେହେରା ଓ ଗୋବିନ୍ଦ ବେହେରାଙ୍କ ପରିବାର ମଧ୍ୟରେ ଲାଗି ଥିଲା ବିବାଦ । ସେତେବେଳେ ଈଶ୍ବର  ବେହେରାଙ୍କୁ ହାଣିଥିଲେ ଗୋବିନ୍ଦ ବେହେରାଙ୍କ ପରିବାର ଲୋକେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଗିରଫ କରାଯାଇଥିଲା । କ୍ରମଶଃ ଏହି ବିବାଦ କୁହୁଳିବାରେ ଲାଗିଥିଲା । ପରେ ଈଶ୍ବର ବେହେରାଙ୍କ ପୁଅ ତଥା ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ରେଳ ଲାଇନ୍ ଉପରୁ ମିଳିଥିଲା ।

ପରିବାର ଲୋକେ ଅଜୟଙ୍କୁ ହତ୍ୟା କରାଯାଇଥିବା ଏବଂ ଏଥିରେ ଗୋବିନ୍ଦ ବେହେରାଙ୍କ ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେବେ ଏହି ବିବାଦ ଥମିନଥିଲା । ଈଶ୍ବର ଏବଂ ଗୋବିନ୍ଦଙ୍କ ମୃତ୍ୟୁ ପରେ ବି ମଝିରେ ମଝିରେ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ଈଶ୍ବର ବେହେରାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବାର ସୁଯୋଗ ଉଣ୍ଡୁଥିଲେ ଗୋବିନ୍ଦଙ୍କ ପରିବାର ଲୋକେ । ଆଉ ସେହି ସୁଯୋଗ ମିଳିଥିଲା ଗତ ରବିବାର ଦିନ ।  ଯେଉଁଥିରେ ଇଶ୍ବର ବେହେରାଙ୍କ ପରିବାରର ୩ ଭାଇ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରାଙ୍କ ମୃତ୍ୟୁ ହୋଇଥିଲା ।

ଈଶ୍ବର ବେହେରାଙ୍କ ପରିବାର ପକ୍ଷରୁ ମାଷ୍ଟର ମାଇଣ୍ଡ ଡୁଙ୍ଗ ବେହେରା ଓ ସୁବଳ ବେହେରାଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ ପାଇଁ ସତ୍ୟବାଦୀ , ଗୋପ ଓ ପୁରୀ ପୋଲିସକୁ ନେଇ ତିନିଟି ଟିମ୍  ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ଭିକାରୀ ବେହେରା, ହରିହର ବେହେରା, ମନୁଆ ବେହେରା, ସହଦେବ ବେହେରା, ସୁବଳ ବେହେରା ଓ ଶଙ୍କର ବେହେରା ।

ମୁଖ୍ୟ ଅଭିଯୁକ୍ତ ଡୁଙ୍ଗ ବେହେରା ଏବେବି ଫେରାର ଅଛି। ଏପରିକି ଅଭିଯୁକ୍ତମାନେ ଘରେ ତାଲା ପକାଇ ପିଲା ଛୁଆଙ୍କ ସହ ଏବେ ଫେରାର  ହୋଇଯାଇଛନ୍ତି । ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ ଚାଲିଛି ।

   Related Posts