Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସେକ୍ସ ରାକେଟର ପର୍ଦ୍ଦାଫାସ କଲା ପୋଲିସ୍ : ଦୁଇ ପୁଅ ସହ ଯୁବତୀ ଚାଲାଣ କରୁଥିଲା ମା

9/09/2020 at 1:26 PM

ଲଖୀମପୁର ୯/୯: ଲଖୀମପୁର ଖୀରୀ ଜିଲ୍ଲାରେ ଏକ ଅଞ୍ଚଳରେ ପୋଲିସ୍ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି। ପୋଲିସକୁ ସୂଚନା ମିଳିଥିଲା ଯେ ଦୀର୍ଘ ଦିନରୁ ଏହି ଅଞ୍ଚଳର ଏକ ଘରେ ସେକ୍ସ ରାକେଟ୍ ଚାଲିଛି। ପୋଲିସ୍ ଚଢ଼ାଉ କରି ଏଥିରେ ସାମିଲ ଥିବା ୫ମହିଳା ଏବଂ ୩ଦଲାଲଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ପୋଲିସ୍ ଏମାନଙ୍କ ପାଖରୁ ଏକ କାର୍ ମଧ୍ୟ ଜବତ କରିଛି।

ସେକ୍ସ ରାକେଟ୍ ଚଲାଉଥିବା ମହିଳା ସରଗଣା ଡିମାଣ୍ଡରେ ଯୁବତୀଙ୍କୁ ଡକାଇ ଗ୍ରାହକଙ୍କୁ ଯୋଗାଉଥିଲା। ପୋଲିସ୍ ରାଣୀ ମହୁମାଛି ସମେତ ୫ମହିଳା ଏବଂ ୩ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି। ପୋଲିସ୍ କହିଛି ଯେ ଏହି ମହିଳା ତା’ର ୨ ପୁଅ ସହ ମିଶି ଦେହ ବ୍ୟବସାୟ ଚଲାଇଥିଲା।

ସେକ୍ସ ରାକେଟର ସଞ୍ଚାଳିକାର ୨ପୁଅ ଗ୍ରାହକଙ୍କୁ ଖୋଜି ଆଣୁଥିଲେ ଏବଂ ତାଙ୍କ ମାଆ ଫୋନରେ ଯୁବତୀ ଯୋଗାଉଥିଲେ। ଗ୍ରାହକଙ୍କୁ ପ୍ରଥମେ ଯୁବତୀଙ୍କ ଫଟୋ ଦେଖାଇ ତାଙ୍କ ମୂଲ୍ୟ ସ୍ଥିର କରାଯାଉଥିଲା। ଏହା ପରେ ଯୁବତୀଙ୍କୁ ଡିମାଣ୍ଡ ଅନୁସାରେ ଡକାଯାଉଥିଲା।

ସନ୍ଧ୍ୟାରେ ପୋଲିସକୁ ସୂଚନା ମିଳିଥିଲା ଯେ ଗଙ୍ଗୋତ୍ରୀ ନଗରର ଏକ ଘରେ ଟଙ୍କା ନେଇ ବାହାରୁ ଯୁବତୀଙ୍କୁ ଡକାଯାଉଛି ଏବଂ ତାଙ୍କ ସହ ଦେହ ବ୍ୟବସାୟ କରାଯାଉଛି। ସେହି ଅଞ୍ଚଳର ଲୋକେ ଏସବୁ ପାଇଁ ଚିନ୍ତିତ ଥିଲେ।

ଗିରଫ ହୋଇଥିବା ୫ଜଣ ମହିଳାଙ୍କୁ କିଛି ଗାଁରୁ ଡକାଯାଇଥିଲା। ୫ଜଣ ବ୍ୟକ୍ତି ସହରରୁ ଥିଲେ।

   Related Posts