୪୦ଜଣଙ୍କ ବିରୋଧରେ ଦାୟର ହେଲା ମାମଲା : ଲକଡାଉନ୍ ବେଳେ ମସଜିଦରେ ଏକାଠି ପଢ଼ୁଥିଲେ ନମାଜ

Published By : Prameya-News7 Bureau | April 10, 2020 IST

ଛିନ୍ଦଓ୍ବାଡ଼ା ୧୦/୪: ଭାରତ ଏବଂ ବିଶ୍ବରେ କରୋନାର ଭୟାବହତା ଦିନକୁ ଦିନ ବଢ଼ି ଚାଲିଛି। ମଧ୍ୟପ୍ରଦେଶର ଛିନ୍ଦଓ୍ବାଡ଼ାର ଚୌରଇ ଥାନା ଅଞ୍ଚଳର ଖେରୀର ମସଜିଦରେ ୪୦ ଲୋକ ନମାଜ ପଢ଼ୁଥିବା ଦେଖିବାକୁ ମିଳିଛି। ପୋଲିସ୍ ଏହି ୪୦ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଚୌରଇ ଥାନା ମୁଖ୍ୟ କହିଛନ୍ତି ଯେ ଗୁରୁବାର ସନ୍ଧ୍ୟା ୭ଟାବେଳେ ଖୈରୀ ଖୁର୍ଦ ଭ୍ରମଣ ସମୟରେ ମସଜିଦ ଭିତରେ ଭିଡ଼ ଥିବା ଦେଖାଯାଇଥିଲା। ମସଜିଦ ଭିତରେ ଚେକ୍ କରିବାରୁ ୪୦ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତି ନମାଜ ପଢ଼ୁଥିବାର ଦେଖିବାକୁ ମିଳିଥିଲେ। ଧାରା ୧୪୪ର ଅବହେଳା କରିଥିବାରୁ ଏହି ଲୋକଙ୍କ ବିରୋଧରେ ଧାରା ୧୮୮,୨୬୯ ଏବଂ ଜରୁରୀକାଳୀନ ପ୍ରବନ୍ଧନ ଅଧିନିୟମ ଏବଂ ପବ୍ଲିକ୍ ହେଲଥ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ।

ଏଠାରେ କରୋନା ସଂକ୍ରମଣରେ ଏବେ ସୁଦ୍ଧା ୩୧ଜଣଙ୍କର ଜୀବନ ଯାଇଛି। ସବୁଠୁ ଅଧିକ ମୃତ୍ୟୁ ଇନ୍ଦୋରରେ ୨୩,ଉଜ୍ଜୈନରେ ୩,ଖରଗୋନରେ ୨,ଭୋପାଳରେ ୧,ଦେବାସ ଏବଂ ଛିନ୍ଦଓ୍ବାଡ଼ାରେ ମଧ୍ୟ ଜଣ ଜଣଙ୍କର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.