Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଶିଶୁ ବିକ୍ରି ଘଟଣାରେ ୪ ଗିରଫ : ମଞ୍ଚେଶ୍ବରରୁ ଉଦ୍ଧାର ହେଲା ଶିଶୁ

28/02/2020 at 6:09 PM

ଭୁବନେଶ୍ବର ୨୮/୨: ଭୁବନେଶ୍ବର ଶିଶୁ ବିକ୍ରି ଘଟଣାରେ ୪ ଗିରଫ । ଶିଶୁର ବାପା, ପାଳିତା ବାପା ଏବଂ ଦୁଇ ମଧ୍ୟସ୍ଥିଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ମଞ୍ଚେଶ୍ବର ଅଞ୍ଚଳରୁ ୧୯ ଦିନର ଶିଶୁପୁତ୍ରକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ପୋଲିସ । ଶିଶୁ ବିକ୍ରି ପଛର ଅସଲ ଉଦ୍ଦେଶ୍ୟ କଣ ଦାରିଦ୍ର୍ୟ ନା ଆଉ କଣ ସେ ନେଇ ତଦନ୍ତ ଚଳାଇଛି ପୋଲିସ ।

ଭୁବନେଶ୍ବରରେ ଶିଶୁ ବିକ୍ରି ଅଭିଯୋଗର ୨୪ ଘଣ୍ଟା ପରେଉଦ୍ଧାର ହେଲା ୧୯ ଦିନର ଶିଶୁପୁତ୍ର । ମଞ୍ଚେଶ୍ବର ଅଞ୍ଚଳରୁ ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ପୋଲିସ । ଏଥିସହ କିଣାବିକା ଘଟଣାରେ ୪ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଶିଶୁର ବାପା, ପାଳିତା ବାପା ଏବଂ ଦୁଇ ଦଲାଲ । ଆଇପିସି ଧାରା ୩୭୦/୩୪ ଓ ଜୁଭେନାଇଲ୍ ଜଷ୍ଟିସ ନିୟମ ଧାରା ୮୧ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଛି ।

ଶିଶୁ ବିକ୍ରି ପଛର ଅସଲ ଉଦ୍ଦେଶ୍ୟ କଣ । ଦାରିଦ୍ର୍ୟ ପାଇଁ ଶିଶୁକୁ ବିକ୍ରି କରିଥିଲେ ବାପା ମା ନା ଏହା ପଛରେ ଆଉ କିଛି କାରଣ ରହିଛି । ଛୁଆ ବିକ୍ରି ନେଇ ହୋଇଥିବା ଦସ୍ତାବିଜକୁ ବି ତର୍ଜମା କରୁଛି ପୋଲିସ । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ତାକୁ ନେଇ ବି ଖଣ୍ଡଗିରି ପୋଲିସ ତଦନ୍ତ କରୁଛି ।  

   Related Posts