Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅକ୍ସିଜେନ ସଙ୍କଟ ବେଳେ ଚାଲିଛି କଳାବଜାରୀ: ୩ ଗିରଫ, ୫୦ ହଜାର ଟଙ୍କାରେ ବିକୁଥିଲେ ସିଲିଣ୍ଡର

27/04/2021 at 4:01 PM

ନୂଆଦିଲ୍ଲୀ ୨୭/୦୪ : ଦକ୍ଷିଣ ଦିଲ୍ଲୀ ପୋଲିସ ଅକ୍ସିଜେନ ସିଲିଣ୍ଡର ଓ ନାଇଟ୍ରୋଜେନ ସିଲିଣ୍ଡର କଳାବଜାରୀ କରୁଥିବା ୩ଜଣଙ୍କୁ ଗିରଫ କରିଛି। କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାବେଳେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅକ୍ସିଜେନ ସଙ୍କଟ ମଧ୍ୟରେ କିଛି ଲୋକ ଏହାର ଫାଇଦା ଉଠାଇବାକୁ ଯାଇ ବିପଦକୁ ମଉକା ଭାବି କଳାବଜାରୀ ଆରମ୍ଭ କରିଛନ୍ତି।

ଦକ୍ଷିଣ ଦିଲ୍ଲୀ ଡିସିପି ଅତୁଳ ଠାକୁର କହିଛନ୍ତି ଯେ ତାଙ୍କ ଟିମକୁ ସୂଚନା ମିଳିଥିଲା ଯେ କିଛି ଲୋକେ ମହଙ୍ଗା ଦାମରେ ବ୍ଲାକରେ ଅକ୍ସିଜେନ ବିକ୍ରି କରୁଛନ୍ତି। ଦିଲ୍ଲୀ ପୋଲିସ ଟିମ ଏମାନଙ୍କ ଉପରେ ନଜର ରଖିଥିଲା। କଳାବଜାରୀ ଘିଟୋରନି ମେଟ୍ରୋ ଷ୍ଟେସନ ନିକଟରେ ବ୍ଲାକରେ ସିଲିଣ୍ଡର ବିକ୍ରି କରୁଥିଲା। ସୂଚନା ପାଇବା ପରେ ପୋଲିସ ଟିମ ସେଠାରେ ପହଞ୍ଚି ଗିରଫ କରିଥିଲା। ଗିରଫ ଯୁବକର ନାଁ ମୋହିତ।

ପୋଲିସକୁ ମୋହିତ ପାଖରୁ ଗୋଟିଏ ବଡ ସିଲିଣ୍ଡର ଓ ଗୋଟିଏ ଛୋଟ ସିଲିଣ୍ଡର ମିଳିଛି। ପଚାରିବା ପରେ ସେ କହିଥିଲା ଯେ ବଡ ସିଲିଣ୍ଡର ୫୦ ହଜାର ଓ ଛୋଟ ସିଲିଣ୍ଡର ୩୦ ହଜାର ଟଙ୍କାରେ ବିକ୍ରି କରୁଥିଲା।

ପଚରାଉଚୁରାରେ ମୋହିତ କହିଛି ଯେ ସୁମିତ ଇ ଅହମଦ ନାମକ ଯୁବକ ତାକୁ ଏହି ଡ଼ିଲିଣ୍ଡର ଦେଉଥିଲେ। ତାଙ୍କ ଠାରୁ ସିଲିଣ୍ଡର ଆଣି ସେ ମହଙ୍ଗା ଦାମରେ ବିକ୍ରି କରୁଥିଲା। ମୋହିତର ବୟାନ ନେବାପରେ ପୋଲିସ ଦିଲ୍ଲୀ ଆୟା ନଗର ଅଞ୍ଚଳରେ ଚଢ଼ଉ କରି ସୁମିତ ଓ ଅହମଦକୁ ଗିରଫ କରିଥିଲା।

ପୋଲିସ ତାଙ୍କ ପାଖରୁ ୪ଟି ଅକ୍ସିଜେନ ସିଲିଣ୍ଡର ଓ ୫ଟି ନାଇଟ୍ରୋଜେନ ସିଲିଣ୍ଡର ସହ ଅନେକ ଫ୍ଲୋମିଟର ମଧ୍ୟ ଜବତ କରିଛି। ୩ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ। ଏହା ପୂର୍ବରୁ ଏମାନେ କେତେ ଅକ୍ସିଜେନ ସିଲିଣ୍ଡର କଳାବଜାରୀ କରିଛନ୍ତି ପୋଲିସ ପତା କରୁଛି।

   Related Posts