Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ହାଇଦର ଫେରାର ଘଟଣା : ୩ ଜଣଙ୍କୁ ଗିରଫ କଲା ପୋଲିସ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ

17/04/2021 at 10:00 PM

ଭୁବନେଶ୍ବର ୧୭/୦୪ : କୁଖ୍ୟାତ ଅପରାଧୀ ହାଇଦର ଫେରାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣ ଯୁବକ ଥିବା ବେଳେ ଜଣେ ଯୁବତୀ ଥିବା ସୂଚନା ମିଳିଛି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ତେବେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି । ଯୁବତୀଙ୍କ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ । ଏମାନେ ସମସ୍ତେ ହାଇଦର ସଂସ୍ପର୍ଶରେ କିପରି ଆସିଲେ ଏବଂ ହାଇଦର ଫେରାର କରାଇବାରେ ଏମାନେ କିପରି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ ତାହାର ଖୋଳତାଡ କରିବ ପୋଲିସ ।

ସୂଚନାଯୋଗ୍ୟ, ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ଏହା ପରେ ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । JMFC କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ତେବେ ଶନିବାର ସକାଳୁ ହାଇଦର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ହାଇଦରକୁ ରିମାଣ୍ଡରେ ନେବ ପୋଲିସ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ପୋଲିସ ।

   Related Posts