Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଚୋରି ଅଭିଯୋଗରେ ୧୫ ଜଣଙ୍କୁ ଗିରଫ କଲା ପୋଲିସ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

10/10/2020 at 10:36 PM

ଝାରସୁଗୁଡ଼ା ୧୦।୧୦: ଝାରସୁଗୁଡ଼ା ଜିଲ୍ଲାରେ ଅପରାଧ ସଂଖ୍ୟା ବଢ଼ି ଚାଲିଥିବା ଯୋଗୁଁ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଜିଲ୍ଲାର ବନହରପାଲି ସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ପ୍ରକଳ୍ପରୁ ଚୋରି ଅଭିଯୋଗରେ ପୋଲିସ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହ ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ମଧ୍ୟ ଜବତ ହୋଇଛି।

ଗତ ଶୁକ୍ରବାର ଦିନ ପ୍ରକଳ୍ପରେ କାର୍ଯ୍ୟରତ ବେଲପାହାଡ଼ର ବାଲାଜୀ କନଷ୍ଟ୍ରକ୍ସନ ମ୍ୟାନେଜର ବ୍ରଜକିଶୋର ସିଂହ ଥାନାରେ ଏତଲା ଦେଇ ତାଙ୍କ କ୍ୟାମ୍ପସ ପରିସରରୁ ଚୋରି ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ବନହରପାଲି ପୋଲିସ ତଦନ୍ତ କରି ୧୫ ଜଣଙ୍କୁ ଚୋରି ଅଭିଯୋଗରେ ଗିରଫ କରିଛି। ସମସ୍ତଙ୍କ କୋଭିଡ ପରୀକ୍ଷା ପରେ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବନହରପାଲି ଗ୍ରାମର ଚୈତନ ଧୁରୁଆ(୨୨),ପବିତ୍ର ଚନ୍ଦନ(୨୩),ହିରେନ୍ଦ୍ର ଚନ୍ଦନ(୪୦),କଣ୍ଟା ଧୁରୁଆ(୨୨),ଘନଶ୍ଯାମ ଧୁରୁଆ(୨୩), ପ୍ରତାପ ମାଝୀ(୨୪), ସଞୟ ଖିଲାରୀ(୨୩), ଧୋବାଡେରା ଗ୍ରାମର ଡକ୍ଟର ସେଠ୍(୨୮),ଋକ୍ମଣ କଣ୍ଟା(୨୬),କୁଳମଣି ପ୍ରଧାନ(୪୩),ବିନିକା ଗ୍ରାମର କୈଳାଶ ଭୂଏ(୨୯),ଆକାଶ ପ୍ରଧାନ(୨୦),ବିରେଶ ପ୍ରଧାନ(୩୨),ରାଜେଶ ମାଝୀ(୨୨), କୁମ୍ଭାରବନ୍ଧ ଗ୍ରାମର ଜିତେନ୍ଦ୍ର ରାଉତ(୨୭)।

ଅଭିଯୁକ୍ତମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଘଟଣାର ତଦନ୍ତ ପାଇଁ ମାମଲା ନମ୍ବର ୧୫୬/୨୦ ରୁଜୁ କରାଯାଇ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମରେ ଏଏସ୍ଆଇ ସନ୍ତୋଷ ବେହେରା, ଗୌତମ ବେହେରା,ଏସଆଇ ଏଲ୍ ପାତ୍ର ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ।

   Related Posts