ମହିଳା କରୁଥିଲେ ଧଳା ଜହର କାରବାର, ଧରିଲା ପୋଲିସ୍‌, ୩୦ ଗ୍ରାମ ସହ ୫୨ ହଜାର ଟଙ୍କା ଜବତ

Published By : Prameya-News7 Bureau | October 19, 2021 IST

ଖୋର୍ଦ୍ଧା, ୧୯/୧୦: ଦିନକୁ ଦିନ ରାଜ୍ୟରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି । ବ୍ରାଉନସୁଗାର ବେପାରରେ ବର୍ତ୍ତମାନ ମହିଳା ମଧ୍ୟ ସାମିଲ ରହୁଥିବା ଦେଖିବାକୁ ମିଳିଛି । ବିଶ୍ୱସ୍ଥ ସୁତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସାମନ୍ତରାପୁର ଅଞ୍ଚଳରେ ଚଢ଼ାଉ କରିଥିଲା । ଏଥିରେ ଜଣେ ମହିଳାଙ୍କ ଠାରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ଉକ୍ତ ମହିଳାଙ୍କ ଠାରୁ ନଗଦ ୫୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଗିରଫ ମହିଳା ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳର ସରୋଜିନୀ ଧଳ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.