Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବରଗଡ ଇନେସ ତାଣ୍ଡି ହତ୍ୟା ଘଟଣାର ପର୍ଦ୍ଦାଫାସ : ଦୁଇ ଅଭିଯୁକ୍ତ ଗିରଫ

18/02/2019 at 10:00 AM

ବରଗଡ ୧୮|୨:  ବରଗଡ ବାନ୍ଦୁରଟିକ୍ରାର ସଦାନନ୍ଦ ତାଣ୍ଡିଙ୍କ ପୁଅ ଇନେସ ତାଣ୍ଡି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ବରଗଡ ପୋଲିସ । ହତ୍ୟା ମାମଲାରେ ଘୁଲିପାଲିର ରୋହିତ ଭୋଇର ପୁଅ ଆଶିଷ ଏବଂ ବ୍ରହ୍ମଚାରୀର ଲଳିତ ବାଗର ପୁଅ ବିକାଶକୁ ଗିରଫ କରିଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ଆଶିଷ ଭୋଇଙ୍କ ମୋବାଇଲ ଚୋରି ହୋଇଥିଲା। ମୋବାଇଲ ଚୋରି ନେଇ ଇନେସ ଉପରେ ଆଶିଷ ସନ୍ଦେହ କରିଥିଲା। ଆଶିଷ ଏବଂ ତାର ସାଙ୍ଗମାନେ ଇନେସକୁ ଘୁଲିପାଲି ଛକକୁ ଡାକିଥିଲେ। ସେଠାରେ ଆଶିଷ ଓ ସହଯୋଗୀମାନେ କଇଁଚି, ଛୁରୀ ମାଧ୍ୟମରେ ଇନେସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେଥିରେ ଇନେସର ମୃତ୍ୟୁ ନ ହେବାରୁ ଆଶିଷ ଓ ବିକାଶ ଏକ ମୋଟର ସାଇକେଲରେ ସମ୍ବଲପୁର ମହାନଦୀ ପିସି ବ୍ରିଜକୁ ନେଇ ଉପରୁ ଠେଲି ଦେଇଥିଲେ। ଉପରୁ ପଡିବାରୁ ଇନେସର ମୃତ୍ୟୁ ହୋଇଥିବା ପୋଲିସ କହିଛି। ହତ୍ୟା ମାମଲା ରୁଜୁ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଛି।

   Related Posts