ମଡେଲ ମୋନା ରାୟଙ୍କ ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ, ଧରାପଡିଲା ସାର୍ପସୁଟର୍ ଭୀମ ଯାଦବ

Published By : Prameya-News7 Bureau | October 25, 2021 IST

ପାଟଣା ୨୫/୧୦: ପାଟଣାରେ ଜଣାଶୁଣା ମଡେଲ ମୋନା ରାୟଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୋଲିସ ଭୋଜପୁରରୁ ଏକ ସୁପାରୀ କିଲରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ଭୀମ ଯାଦବ ଏବଂ ସେ ଭୋଜପୁର ଜିଲ୍ଲାର ଭାଗବତପୁର ଉତ୍କଳନଗରର ନିବାସୀ। ପୋଲିସ ସୂତ୍ର ଅନୁଯାୟୀ, ପାଞ୍ଚ ଲକ୍ଷ ଟଙ୍କାରେ ସୁପାରୀ ନିଆଯାଇଥିଲା। ସେଥିରୁ ଭୀମ ଯାଦବକୁ ୭୦ ହଜାର ଟଙ୍କା ମିଳିଥିଲା। ବର୍ତ୍ତମାନ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତକୁ ଖୋଜା ଚାଲିଛି।

ଏହି ମାମଲାରେ ଜଣେ ବିଲଡର ଏବଂ ତାଙ୍କ ସମ୍ପର୍କୀୟଙ୍କୁ ପୋଲିସ ସନ୍ଦେହ କରୁଛି। ତେବେ ଏହି ଘଟଣାରେ ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରେମ ସମ୍ପର୍କ ଏବଂ ଟଙ୍କା କାରବାରର ଆଙ୍ଗେଲରେ ପୋଲିସ ତଦନ୍ତ କରୁଛି। ସାର୍ପସୁଟର ଧରାପଡିବା ପରେ, ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଧରାଯିବ ବୋଲି ଆଶା କରାଯାଉଛି।

ସୂଚନାନୁସାରେ, ରାଜୀବ ନଗର ପୋଲିସ ଷ୍ଟେସନ ପରିସରର ରାମନଗରୀ ବସନ୍ତ କଲୋନୀର ବାସିନ୍ଦା ମୋନା ରାୟ, ବୃତ୍ତି ଅନୁଯାୟୀ ଜଣେ ମଡେଲ ଥିଲେ ଏବଂ ସହରରେ ତାଙ୍କର ଏକ ଭଲ ନାମ ଥିଲା। ନିକଟରେ ନବରାତ୍ରୀରେ ତାଙ୍କ ଘର ସମ୍ମୁଖରେ ଅପରାଧୀମାନେ ତାଙ୍କୁ ଗୁଳି କରିଥିଲେ। ଏହି ଘଟଣା ପରେ ତାଙ୍କୁ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.