Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟଙ୍କା ଦିଅ ରେଲ୍‌ୱେରେ ଚାକିରି କରାଇଦେବି, ଅଫର୍‌ ଲେଟର୍‌ ବି ନିଅ…

26/04/2021 at 10:06 PM

ଗଞ୍ଜାମ, ୨୬/୦୪: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରୁ ଠକେଇ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଠାରୁ ସରକାରୀ ଚାକିରୀ କରାଇଦେବା ନାମରେ ଟଙ୍କା ଲୁଟ କରିଥିବା ଯୁବକଙ୍କୁ ପୋଲିସ୍‌ ଗିରଫ କରିଥିବା ଜଣାପଡ଼ିଛି ।

ଗିରଫ ଅଭିଯୁକ୍ତ ଶେରଗଡ଼ ଥାନା ଅଣ୍ଡିରା ସିଂ ଗ୍ରାମର ସ୍ବର୍ଗତ ଆନନ୍ଦ ମଲ୍ଲିକଙ୍କ ପୁଅ ମୋହନ ମଲ୍ଲିକ (୪୭) ବୋଲି ସୂଚନା ମିଳିଛି । ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ଭୁଷୁଣ୍ଡା ଗ୍ରାମର ବିବାହିତ ମହିଳା ରୁବି ଦାସ (୨୫)ଏହି ଠକାମିର ଶିକାର ହୋଇଛନ୍ତି । ଅଭିଯୁକ୍ତ ମୋହନ ଗତ ୨୦୨୦ ଜାନୁଆରୀ ୧୦ ତାରିଖରେ ଭୁଷୁଣ୍ଡା ଗ୍ରାମକୁ ଯାଇ ମହିଳାଙ୍କ ସହ ପରିଚିତ ହୋଇଥିଲେ । ସେ ନିଜେ ସରକାରୀ ଚାକିରି କରୁଥିବା କହିଥିଲେ । ପରେ ମହିଳା ଜଣଙ୍କୁ ରେଲୱେରେ ଚାକିରି କରାଇବା ନେଇ ଲୋଭ ଦେଖାଇଥିଲେ ଏବଂ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଏକ ଫେକ ଲେଟର ଦେଇଥିଲେ । ଏଥିସହ ମହିଳା ଜଣଙ୍କ ଯୁବକ ଉପରେ ବିଶ୍ବାସ କରି ଦେଢ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।

କିନ୍ତୁ ଦିନ ଗଡିଗଡି ଚାଲିବା ସହ ଯୁବକ ଜଣକ କଥା ଭୁଲାଉ ଥିଲେ । ଏହାର କିଛି ଦିନ ନା ଯୁବକଙ୍କ ଦେଖା ମିଳିଳା ନା ଫୋନ ଯୋଗାଯୋଗ ହୋଇପାରିଲା । ଯାହାଫଳରେ ମହିଳାଙ୍କ ସନ୍ଦେହ ହୋଇଥିଲା । ତେବେ ଗତକାଲି ରୁବି ଓ ତାଙ୍କ ସ୍ବାମୀ ଟୁକୁନା ଦାସ ଦିଗପହଣ୍ଡି ଥାନାରେ ଏକ ଏତଲା ଦେଇଥିଲେ । ଏହାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ଦିଗପହଣ୍ଡି ପୋଲିସ ତଦନ୍ତ ଚଳାଇଥିଲା ।

ଏନେଇ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ଜଣକ ଗ୍ରାମରେ ବୁଲୁଥିବା ଖବରପାଇ ପୋଲିସ୍‌ ପହଞ୍ଚି ଯୁବକଙ୍କୁ ଉଠାଇ ଆଣିଥିଲେ । ଏନେଇ ଥାନା କେସ ନଂ ୯୬/୨୦୨୧ ଦଫା ୪୨୦/୫୦୬/୩୫୪ (କ) ଏନ୍ ଆଇ ଆକ୍ଟର ଧାରା ୧୩୮ ଅନୁସାରେ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅପରାହ୍ନରେ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

   Related Posts