Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲୌହପଥର ମାଫିଆ ସକ୍ରିୟ, ଚାଲାଣ ବେଳେ ଡ଼ମ୍ଫର୍ ଜବତ କଲା ପୋଲିସ୍‌, ଜଣେ ଗିରଫ

11/04/2021 at 4:11 PM

ରାଇରଙ୍ଗପୁର, ୧୧/୦୪: ବେଆଇନ ଭାବରେ ଚୋରା ଲୌହପଥର ଚାଲାଣ କରୁଥିବା ଡ଼ମ୍ପରକୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ବିଳମ୍ବିତ ରାତିରେ ଗୋରୁମହିଷାଣି ଲୌହଖଣି ପାର୍ଶ୍ବରେ ଥିବା ଶୁଣ୍ଢଳ ଗ୍ରାମ ନିକଟରୁ ବେଆଇନ ଲୌହପଥର ଚାଲାଣ ହେଉଥିଲା । ଖବର ପାଇ ପୋଲିସ ଚଢ଼ାଉ କରି ଝାଡ଼ଖଣ୍ଡ ପଞ୍ଜିକୃତ ଥିବା ଡ଼ମ୍ପର୍ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡ଼ିଛି ।

ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଲୌହଖଣି ପାଇଁ ବିଶ୍ୱ ପ୍ରସିଦ୍ଧ । ଗୋରୁମହିଷାଣି, ସୁଲେଇପାଟ, ବାଦାମପାହାଡ଼ ପ୍ରମୁଖ ଲୌହଖଣି ମଧ୍ୟରୁ ସୁଲେଇପାଟର ଖଣି କାର୍ଯ୍ୟ ବନ୍ଦ ରହିଛି । ତେବେ ତିନୋଟି ଯାକ ଲୌହଖଣି ଆଖ-ପାଖରେ ଥିବା ସଂରକ୍ଷିତ ଜଙ୍ଗଲରୁ ଦୀର୍ଘଦିନରୁ ଝାଡ଼ଖଣ୍ଡକୁ ଚୋରା ଲୌହପଥର ଚାଲାଣ କାରବାର ଚାଲିଛି । କେବେ କେମିତି ବାରିପଦାରୁ ସ୍କ୍ୱାର୍ଡ଼ ଆସି ଚୋରା ଚାଲାଣ କରୁଥିବା ଗାଡି ଜବତ କରିଥିଲା ବେଳେ ସ୍ଥାନୀୟ ପୋଲିସ କିନ୍ତୁ ଧରି ପାରୁ ନଥିବା ସାଧାରଣରେ ଆଲୋଚନା ହଉଛି । ଯେ କୌଣସି ଖଣି ଅଂଚଳରୁ ଝାଡ଼ଖଣ୍ଡକୁ ଚାଲାଣ ପାଇଁ ଚାରିରୁ ପାଞ୍ଚଟି ଥାନା ସମ୍ମୁଖ ଦେଇ ଯିବାକୁ ପଡିଥାଏ । ୩୫ ଟନରୁ ଉର୍ଦ୍ଧ୍ବ ବୋଝେଇ ଡ଼ମ୍ଫର ସବୁ ଲାଇନ ହୋଇ ବିଳମ୍ବିତ ରାତିରେ ଯାଉଥିଲା ବେଳେ ପୋଲିସ ଧରି ନ ପାରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ରାତିରେ ଜୋରଦାର ପେଟ୍ରୋଲିଂ ଚାଲିଥିବା ବେଳେ ଭାରିଯାନ ଗୁଡା ପୋଲିସ ନଜରରେ ନ ଆସିବା ଯେତିକି ସନ୍ଦେହ ସୃଷ୍ଟି କରୁଛି ଜଙ୍ଗଲ ଓ ଖଣି ବିଭାଗ ଅଧିକାରୀ ସବୁ ଜାଣି ମଧ୍ୟ ହାତଧରି ବସିବା ଆହୁରି ଆଶ୍ଚର୍ଯ୍ୟ ଲାଗୁଛି । ସବୁବେଳେ ଗାଡି ଜବତ ସହିତ ଡ୍ରାଇଭର ଗିରଫ ହୋଉଥିଲା ବେଳେ କିନ୍ତୁ ଆଜି ପର୍ଯ୍ୟନ୍ତ କାରବାରରେ ସମ୍ପୃକ୍ତ କୌଣସି ମାଫିଆଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇ ପାରିନାହିଁ । ଗାଡି ଜବତ ପରେ ଗାଡିର ଫୋଟୋ ଉଠାଇବାକୁ ବାରଣ କରିବା ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ତେବେ ଗତ କାଲି ୫ଟି ଗାଡିରେ ଲୌହପଥର ଚାଲାଣ ହୋଉଥିବା ବେଳେ ୪ଟି ଗାଡି ସହିତ ମାଫିଆମାନେ ଖସି ପଳାଇବାକୁ ସକ୍ଷମ ହୋଇଥିବା ସୂଚନା ମିଳିଛି ।

   Related Posts