Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଅଳଙ୍କାର ଦୋକାନ ଖୋଲିଲା ବେଳେ ଝାମ୍ପି ନେଇଥିଲେ ସୁନା ଗହଣା, ଜଣକୁ ଗିରଫ କଲା ପୋଲିସ୍‌

8/05/2021 at 8:15 PM

କଳାହାଣ୍ଡି, ୦୮/୦୫: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସ ଗତ ମାର୍ଚ୍ଚ ମାସରେ କାଞ୍ଚନ ଜୁଏଲର୍ସରୁ ସୁନାଗହଣା ଲୁଟ ଘଟଣାରେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଆଉ ୩ଜଣ ଫେରାର ଥିବା ଜଣାପଡିଛି ।

 ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜ଼ିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ପାକେଲାପଲ୍ଲୀ ଗ୍ରାମର ୩୫ ବର୍ଷୀୟ ସୁରେଶ ଦାସ । ଅଭିଯୁକ୍ତ ଠାରୁ ଜୁନାଗଡ଼ ପୋଲିସ ୭୨ ଗ୍ରାମ ସୁନା ଓ ୮ଶହ ଗ୍ରାମ ରୁପା ଗହଣା ଜବତ କରିଛି ।

ଜୁନାଗଡ଼ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୧୦ ତାରିଖ ସକାଳ ୯ ଘଣ୍ଟା ସମୟରେ ଜୁନାଗଡ଼ର କାଞ୍ଚନ ଜୁଏଲର୍ସର ମାଲିକ ରଞ୍ଜନ କୁମାର ସାହୁ ଦୋକାନକୁ ଆସି ଗହଣା ବ୍ୟାଗକୁ ତଳେ ରଖି ଦୋକାନ ସଟର ଖୋଲୁଥିଲେ । ଏହି ସମୟରେ କେତେକ ଦୃବୁର୍ତ୍ତ ଗହଣା ବ୍ୟାଗକୁ ଝାମ୍ପି ନେବା ସହ ଏକ ମୋଟର ସାଇକେଲ ଯୋଗେ ଫେରାର ହୋଇ ଯାଇଥିଲେ ।

କାଞ୍ଚନ ଜୁଏଲର୍ସ ମାଲିକ ଏନେଇ ଜୁନାଗଡ଼ ଥାନାରେ ଉକ୍ତ ଦିନ ଏକ ଏତଲା ଦେଇ ଥିଲେ । ଜୁନାଗଡ଼ ପୋଲିସ ସବ୍‌ ଇନ୍‌ସ୍ପେକ୍ଟର ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓ ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଏହି ଲୁଟ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଆଜି ଉକ୍ତ ସୁନାଗହଣା ଲୁଟ ଘଟଣାରେ ସୁରେଶ ଦାସକୁ ଗିରଫ କରି ଲୁଟ ସୁନା ଓ ରୁପା ଗହଣା ଜବତ କରିଥିବା ଜୁନାଗଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

   Related Posts