Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚୋରା ମଦ ବେପାର କରୁଥିଲେ ବ୍ୟବସାୟୀ, ପାଟ୍ରୋଲିଂ ବେଳେ ଧରା ପଡ଼ିଗଲେ, ବାନ୍ଧିଲା ପୋଲିସ୍

23/09/2021 at 8:28 PM

ପାଟଣା, ୨୩।୦୯: କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ନିକଟରୁ ଜଣେ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ପାଟଣା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ମଦ ବ୍ୟବସାୟୀ ଜଣକ ଧରା ପଡ଼ିଥିଲେ । ଗିରଫ ମଦ ବ୍ୟବସାୟୀ ହେଲେ ପାଟଣା ଥାନା ଅଙ୍କୁରା ଗ୍ରାମର  ଗୌତମ ପାତ୍ର (୩୫) । ତାଙ୍କ ଠାରୁ  ଏକ ଗ୍ୟାଲିନରେ ଥିବା ୫୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ସହ ମଦ ବ୍ୟବସାୟରେ ବ୍ୟବହୃତ ପଲସର ବାଇକକୁ ପୋଲିସ ଜବତ କରିଛି।

ଏନେଇ ପାଟଣା ଥାନାରେ ୧୫୬/୨୧ରେ ଏକ ମାମଲା ରୁଜୁ ହୋଇଛି । ତେବେ ପାଟଣା ଥାନା ଅଞ୍ଚଳରେ ଖୁଲମ୍ ଖୁଲା ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ବଡ଼ ବଡ଼ ମାଛଙ୍କୁ ଛାଡ଼ି ଛୋଟ ବ୍ୟବସାୟୀଙ୍କୁ ପାଟଣା ପୋଲିସ ଗିରଫ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

   Related Posts