Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଦିଗପହଣ୍ଡି ସବ୍-ରେଜିଷ୍ଟ୍ରାର ଅଫିସରେ ପଶି ହତ୍ୟା ଉଦ୍ୟମ ମାମଲା, ଜଣେ ଗିରଫ, ରକ୍ତଲଗା କାତି ଜବତ

13/04/2021 at 8:58 PM

ସାନଖେମୁଣ୍ଡି,୧୩/୦୪: ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର ଅଫିସ ଭିତରେ ପଶି ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ ଜଣେ ଅଭିଯୁକ୍ତକୁ ସୋମବାର ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଜି.ମୋହନ ରାଓ ଏବଂ ତାଙ୍କ ଘର ପାଟପୁର ଥାନା ଅନ୍ତର୍ଗତ ପୁଡାମାରୀ ଗ୍ରାମରେ ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ଅଭିଯୁକ୍ତକୁ ଦିଗପହଣ୍ଡି କୋର୍ଟରେ ହାଜର କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି ।

ପ୍ରକାଶ ଥାଉକି ଅଭିଯୁକ୍ତ ମୋହନ ତା’ର ଭାଇ ଜି.ଶଙ୍କର ସହ ମିଶି ଗତ ୫ ତାରିଖ ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟାରେ ତହସିଲ୍‌ ଅଫିସ୍‌ରେ ପହଞ୍ଚିଥିଲା । ସବ୍ ରେଜିଷ୍ଟ୍ରାର ଦାୟିତ୍ବରେ ଥିବା ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କ କୋର୍ଟ ସମ୍ମୁଖରେ ଜମି ବିକ୍ରି ପାଇଁ ଆସିଥିବା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ତଥା ପୁଡାମାରୀ ଗ୍ରାମର ବି.ଜ୍ୟୋତି ରାଓ, ପୂର୍ବତନ ସରପଞ୍ଚ ରହିଥିବା ତାଙ୍କ ସ୍ବାମୀ ବି.ନାରାୟଣ ରାଓ ଏବଂ ଜ୍ୟୋତିଙ୍କ ବଡ ଭଉଣୀ ଗୋପାଳପୁର ଗ୍ରାମର ଏମ୍. ଶାରଦା ଠିଆ ହୋଇ ଦଲିଲ ପ୍ରେଜେଣ୍ଟେସନ କରୁଥିବା ବେଳେ ଆକସ୍ମିକ ଭାବେ ଅଭିଯୁକ୍ତ ମୋହନ ଓ ତାଙ୍କ ଭାଇ କାତି ସାହାଯ୍ୟରେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଜମିଜମା ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ବେଳେ ଘଟଣା ପରେ ପୋଲିସକୁ ଚକମା ଦେଖାଇ ଦୁହେଁ ଫେରାର ହେବାରେ ସକ୍ଷମ ହୋଇଥିଲେ ।

ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ସହ ପୋଲିସ ୮୧/୨୧ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ବ୍ୟବହୃତ ରକ୍ତ ଲଗା ଦୁଇଟି କାତିକୁ ମଧ୍ୟ ଜବତ କରାଯାଇଥିବା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

   Related Posts