Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗୁରୁଙ୍କ ଗାଦି ବିବାଦରୁ ହୋଇଥିଲା କିନ୍ନର ଏକତାଙ୍କ ହତ୍ୟା, କଣ୍ଟ୍ରାକ୍ଟ କିଲରଙ୍କୁ ମିଳିଥିଲା ୫୫ ଲକ୍ଷ ଟଙ୍କାର ସୁପାରୀ

13/04/2021 at 5:24 PM

ନୂଆଦିଲ୍ଲୀ ୧୩/୦୪ : କିନ୍ନର ଏକତା ଯୋଶୀ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ସଫଳତା । ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡରେ ପୋଲିସ ୨ ଜଣ ସାର୍ପ୍‌ ସୁଟରଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଘଟଣା ପଛରେ ମାଷ୍ଟର ମାଇଣ୍ଡ ହେଇଛନ୍ତି ଆଉ ଜଣେ କିନ୍ନର । ପଚରାଉଚରା ବେଳେ ଗିରଫ କଣ୍ଟ୍ରାକ୍ଟ କିଲରମାନଙ୍କ ଠାରୁ ବହୁ ତଥ୍ୟ ହାସଲ କରିଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ, କିନ୍ନର ସମାଜର ଗୁରୁ ଥିଲେ ଅନୀତା ଯୋଶୀ । କିନ୍ନର ସମାଜର ସମସ୍ତ ଦାୟିତ୍ବ ତଥା ଉତ୍ତରାଧିକାରୀ ଭାର ଏକତା କିନ୍ନରଙ୍କୁ ଦେଇଦେଇଥିଲେ କିନ୍ନର ଅନୀତା ଯୋଶୀ । ତେବେ ୨୦୨୦ ଡିସେମ୍ବର ୫ ତାରିଖରେ ଅନୀତା ଯୋଶୀଙ୍କ ଘର ସାମ୍ନାରେ କିନ୍ନର ଏକତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ ଆତତାୟୀ । ସୁପାରୀ କିଲରମାନେ ଏକ ଧଳା ରଙ୍ଗର ସ୍କୁଟିରେ ଆସି ଏକତାଙ୍କୁ ଅତି ନିକଟରୁ ଗୁଳିକରି ଫେରାର ହୋଇଯାଇଥି​‌ଲେ । ଘଟଣାର ପୂରା ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଏକତା କିନ୍ନରଙ୍କ ହତ୍ୟା ପାଇଁ ୫୫ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା ।  

ଏହି ହତ୍ୟାକାଣ୍ଡରେ ଗଗନ ଭରଦ୍ବାଜ ଏବଂ ବରୁଣ ନାମକ ୨ ଜଣ ସୁପାରୀ କିଲରଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଗଗନ ଭରଦ୍ବାଜ ନାଁରେ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେରେ ପ୍ରାୟ ୧୪ଟି ମାମଲା ଥିବା କହିଛନ୍ତି ଡେପୁଟି କମିସନର ପ୍ରମୋଦ କୁଶଓ୍ବାହା । ତେବେ ୨ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ଏବଂ ଘଟଣାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।

   Related Posts