ନକଲି ୱେବ୍‌ ସାଇଟ୍‌ ଖୋଲି ଚାଲିଥିଲା ବିଟ୍ କଏନ୍ ଓ କ୍ରିପ୍ଟୋ କାରବାର, ଚଢ଼ାଉ କଲା ପୋଲିସ୍‌, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 07, 2021 IST

ଜଟଣୀ, ୭।୧୨: ନକଲି ବିଟ୍ କଏନ୍ ଓ କ୍ରିପ୍ଟୋ କେଶ୍ ମାମଲାରେ ଜଟଣୀ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଚଢ଼ାଉ କରିଥିବା ଜଣାପଡ଼ିଛି । ଏହି ଚଢ଼଼ାଉରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ସ୍ବାଇଁ ଗିରଫ ହୋଇଛି । ସନ୍ତୋଷର ଘର ଜଟଣୀ ଥାନା ଗୋପୀନାଥପୁର ଅଞ୍ଚଳରେ । ଅଭିଯୁକ୍ତ ସନ୍ତୋଷ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ୍‌ କହିଛି ।

ଜଟଣୀ ଥାନାରେ ଗୋଟିଏ ଓ ଅନ୍ୟ ଥାନାରେ ରହିଛି ୪ଟି ମାମଲା । ପୂର୍ବରୁ ସନ୍ତୋଷର ଅନ୍ୟ କେତେକ ସହଯୋଗୀ ଗିରଫ ହୋଇଥିଲେ । ବିଟ୍ କଏନରେ ୨୦୦ ଦିନ ଅବଧିରେ ଆଦାୟ ସେ ସୁଧ କରୁଥିଲା । ଦୈନିକ ୧ଟଙ୍କା ସୁଧ ହାରରେ ଲୋକଙ୍କ ଠାରୁ ସେ ଏହି ସୁଧ ନେଉଥିଲା । ନକଲି ଓ୍ବେବ୍ ସାଇଟ୍ ଖୋଲି ସନ୍ତୋଷ ବିଟ୍ କଏନ ବେପାର ଏହି ଚଳାଇଥିଲା ବୋଲି ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.