ଲିଫ୍ଟ୍‌ ମାଗିଲେ, ବାଇକ୍‌ରେ ବସିଲେ, ବେକରେ ଛୁରୀ ଲଗେଇ ଲୁଟିଲେ, ଏବେ ବାନ୍ଧିଲା ପୋଲିସ୍‌

Published By : Prameya-News7 Bureau | July 11, 2021 IST

ବାଲିପାଟଣା, ୧୧/୦୭: ଯୁବକଙ୍କ ବେକରେ ମାରଣାସ୍ତ୍ର ଲଗାଇ ମୋବାଇଲ୍ ଏବଂ ମନିପର୍ସ ଲୁଟ୍ ଘଟଣାରେ ଲୁଟେରାକୁ ଧରିବାରେ ପୋଲିସ୍ ସକ୍ଷମ ହୋଇଛି । ଗିରଫ ଲୁଟେରା ହେଉଛି ବାଲିପାଟଣା ଅନ୍ତର୍ଗତ ଶେଖପାଟଣା ଗ୍ରାମର ତୋଫାନ ସେନାପତି । ତୋଫାନ ନିକଟରୁ ଲୁଟ୍ ମୋବାଇଲ୍ ଏବଂ ପର୍ସକୁ ଜବତ କରିଛି ପୋଲିସ୍‌ ।

ଗତ ଶୁକ୍ରବାର ଦିନ ବାଲିଅନ୍ତା ଥାନା ଜଗନ୍ନାଥପୁର ଗ୍ରାମର ରାଜେନ୍ଦ୍ର ଜେନା ବାଇକ୍‌ରେ ଫେରୁଥିବା ବେଳେ ତୋଫାନ ଲିଫ୍ଟ ମାଗିଥିଲା । ରାଜେନ୍ଦ୍ର ବାଇକ୍‌ରେ ତୋଫାନକୁ ବସାଇ ଯାଉଥିବା ବେଳେ ଧାନହରା ଛକରେ ରାଜେନ୍ଦ୍ର ବେକରେ ଏକ ମାରଣାସ୍ତ୍ର ଲଗାଇ ବାଇକ୍ ଅଟକାଇବା ପାଇଁ କହିଥିଲା ତୋଫାନ । ପରେ ରାଜେନ୍ଦ୍ରର ମୋବାଇଲ୍‌ ଏବଂ ମନିପର୍ସ ଲୁଟ୍ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ଲୁଟେରା ତୋଫାନ । ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ପରେ ତୋଫାନକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.