Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଜାତୀୟ ରାଜପଥରେ ଲୁଟ୍‌ କରି ଡ୍ରାଇଭରକୁ ହତ୍ୟା କରିଥିବା ଗ୍ୟାଙ୍ଗର ପର୍ଦ୍ଧାଫାସ, ୪ ଜଣଙ୍କୁ ଗିରଫ କଲା ପୋଲିସ୍‌

9/09/2021 at 11:08 PM

ରାଇରଙ୍ଗପୁର, ୦୯/୦୯: ଜାତୀୟ ରାଜପଥ ଲୁଟେରାଙ୍କ ପର୍ଦ୍ଧାଫାସ କରିବା ସହିତ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି ବିଶୋଇ ପୋଲସ୍‌ । ଏଥି ସହିତ ଲୂଟ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ପୋଲିସ୍ ବାଳ ସୁଧାର ଗୃହକୁ ପଠାଇଥିବା ଜଣାପଡ଼ିଛି ।

ଗତ ସେପ୍ଟେମ୍ବର ମାସ ୧୬ ତାରିଖ ଭୋର ପ୍ରାୟ ୩ ଟା ସମୟରେ ବିଶୋଇ ଥାନା ଅନ୍ତର୍ଗତ କଲିକତା -ମୁମ୍ବାଇ ଜାତୀୟ ରାଜପଥ ୪୯ର ଧାଙ୍ଗିଡ଼ିମୁତା ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ଗୁଜୁରାଟରୁ କଲିକତା ଯାଉଥିବା ଏକ ଟ୍ରକ ଠିଆ ହୋଇଥିବା ବେଳେ  ଟ୍ରକର ଡ୍ରାଇଭର ଓ ହେଲ୍ପରକୁ ତିନିଜଣ ଲୁଟେରା ମରଣାନ୍ତକ ଆକ୍ରମଣ କରିଥିଲେ। ହେଲ୍ପର ଘଟଣା ସ୍ଥଳରୁ ପଳାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ଲୁଟେରାଙ୍କ ଆକ୍ରମଣରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା। ଲୁଟେରାମାନେ ଗାଡିରୁ LCD tv ,ଟେପ ରେକର୍ଡର ସମେତ ଅନେକ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇ ଯାଇଥିଲେ। ସେତେବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା।

ତେବେ ବିଶୋଇ ଥାନା ଅଧିକାରୀ ଫନିନ୍ଦ୍ର ନାଏକ ଏକ ସ୍ପେସିଆଲ ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ  ଚାରିଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ସମସ୍ତ ଚୋରୀ ସାମଗ୍ରୀ ଓ ଲୁଟ ପାଇଁ ବ୍ୟବହୃତ ଦୁଇଟି ବାଇକ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି ।ନାବାଳକ ଜଣକୁ ବାରିପଦା ସ୍ଥିତ ବାଳ ସୁଧାର ଗୃହକୁ ପଠାଇଥିବା ବେଳେ ଅନ୍ୟ ଚାରିଜଣଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ  କରାଯିବ ବୋଲି SDPO ରତିକାନ୍ତ ଗିରି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

   Related Posts