Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଚୀନକୁ ଭାରତର ଗୁପ୍ତ ତଥ୍ୟ ଦେଉଥିବା ଜଣେ ସାମ୍ବାଦିକଙ୍କ ସମେତ ଦୁଇ ଜଣ ଗିରଫ

19/09/2020 at 2:08 PM

ନୂଆଦିଲ୍ଲୀ ୧୯/୦୯: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିଛି। ପୋଲିସର ଏ କାର୍ଯ୍ୟାନୁଷ୍ଠାନ ଅଫିସିଆଲ ସିକ୍ରେଟ ଆକ୍ଟ ମାଧମ୍ୟରେ ହୋଇଛି। ଅଭିଯୋଗ ହେଉଛି ରାଜୀବ ଶର୍ମା ଭାରତ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟକୁ ଚୀନ ଗୁଇନ୍ଦା ଏଜେନ୍ସିକୁ ଦେଉଥିଲା। ତାଙ୍କ ସହ ଦୁଇ ଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ପୋଲିସ୍ ଟିମ ଗିରଫ କରିଛି। ଏହା ସହ ସେମାନଙ୍କୁ ଜେରା କରି ଅନ୍ୟ ତଥ୍ୟ ସାମ୍ନାକୁ ଆଣିବାକୁ ଚେଷ୍ଟା ଚଲାଇଛି ପୋଲିସ।

ଆଜି ଦିଲ୍ଲୀ ପୋଲିସ୍ କହିଛି କ୍ରମାଗତ ଭାବେ ରାଜୀବ ଚୀନର ଗୁଇନ୍ଦା ଏଜେନ୍ସସିକୁ ଭାରତର ଗୁରୁତ୍ବପୂଣ୍ର୍ଣ ତଥ୍ୟ ଦେଉଥିଲା। ତାଙ୍କ ସହ ଜଣେ ଚୀନ ମହିଳା ଓ ଜଣେ ନେପାଳୀ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନେ ସେଲ୍ କମ୍ପାନି ମାଧ୍ୟମରେ ଟଙ୍କା ଯୋଗାଉ ଥିଲେ। ଏହା ସହ ସେମାନଙ୍କ ପାଖରୁ ରକ୍ଷା କ୍ଷେତ୍ର ସହ ଜଡ଼ିତ କିଛି ଦସ୍ତାବିଜ୍ ମଧ୍ୟ ମିଳିଛି।

ଦିଲ୍ଲୀ ପୋଲିସ୍ ଅନୁସାରେ ରାଜୀବକୁ ସେପ୍ଟେମ୍ବର ୧୪ରେ ଗିରଫ କରାଯାଇଥିଲା ଓ ସେପ୍ଟେମ୍ବର ୧୫ରେ ମାଜିଷ୍ଟେ୍ରଙ୍କ ସାମ୍ନାରେ ହାଜର କରାଯାଇ ଥିଲା। ୬ ଦିନ ପାଇଁ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଯାଇଛି। ତେବେ ରାଜୀବଙ୍କ ଜାମିନ୍ ଯାଚିକା ସେପ୍ଟେମ୍ବର ୨୨ରେ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ହେବ। କୁହାଯାଉଛି ଶର୍ମା ୟୁନାଇଟେଡ ନ୍ୟୁଜ ଅଫ ଇଣ୍ଡିଆ, ଦ ଟ୍ରିବ୍ୟୁନ, ଫ୍ରି ପ୍ରେସ୍ ଜର୍ନାଲ ସମେତ ଅନ୍ୟ କିଛି ଖବରକାଗଜ ଓ ମିଡିଆ ସଂସ୍ଥା ପାଇଁ କାମ କରିସାରିଛି ରାଜୀବ।

   Related Posts