ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା ଘଟଣା ; ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଫରଓ୍ୱାର୍ଡ କଲା ପୋଲିସ

Published By : Prameya-News7 Bureau | July 25, 2020 IST

ଭୁବନେଶ୍ବର ୨୫।୦୭: ପୋଲିସ କବ୍‌ଜାରେ ଅଭିଯୁକ୍ତ ସ୍ୱାମୀ । ଭୁବନେଶ୍ବର ଏୟାରପୋର୍ଟ ନିକଟ କାରଗିଲ ବସ୍ତିରେ ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ପୋଲିସ କୋର୍ଟ ଫରୱାଡ୍ କରିଛି । ଘରୋଇ କଳିକୁ  କେନ୍ଦ୍ର କରି ସ୍ବାମୀ ରାଗରେ ବୁଦ୍ଧି ହଜାଇ ବସିଥିଲା, ଆଉ ତାପରେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା । ମୃତକ ହେଉଛନ୍ତି ଶକୁନ୍ତଳା ମାଝୀ । ଅଭିଯୁକ୍ତ ସ୍ବାମୀ ମୁରଲୀଧର ବେହେରାକୁ ଗତକାଲି ଅଟକ ରଖିଥିଲା ପୋଲିସ ।  ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ହାତୁଡି ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଗତ ଫେବୃଆରୀ ମାସରେ ଶକୁନ୍ତଳା ମାଝିଙ୍କୁ ବିବାହ କରିଥିଲେ ମୁରଲିଧର । ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ମୁରଲୀ ଗତକାଲି ସଂଧ୍ୟାରେ କାମରୁ ଫେରି ଶକୁନ୍ତଳାଙ୍କୁ ଖାଇବାକୁ ମାଗିଥିଲେ । ତେବେ କୌଣସି କାରଣରୁ ଉଭୟ ପତିପତ୍ନୀଙ୍କ ଭିତରେ ପାଟିତୁଣ୍ଡ ହେବା ପରେ ଗର୍ଭବତୀ ପତ୍ନୀକୁ ଅତି ନିର୍ମମ ଭାବେ ହାତୁଡରେ ପିଟି ହତ୍ୟା କରିଥିଲା ସ୍ବାମୀ । ତେବେ ହତ୍ୟାକାଣ୍ଡର ଖବର ପାଇଁ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତ ସ୍ବାମୀ ମୁରଲୀଧର ବେହେରାକୁ ଗତକାଲି ଅଟକ ରଖିଥିଲା । ତେବେ ଶେଷରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.