Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଲରୁ ବୃଦ୍ଧାଙ୍କ ହାତ ଗୋଡ଼ ବନ୍ଧା ଶବ ଜବତ ଘଟଣା, ଦୁଷ୍କର୍ମ ସହ ହତ୍ୟା କରିଥିବା ଯୁବକ ଗିରଫ

30/10/2021 at 10:51 PM

ସାନଖେମୁଣ୍ଡି, ୩୦/୧୦: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କ.ନୂଆଗାଁ ଥାନା ଅନ୍ତର୍ଗତ ଖମାରିଗାଁରେ ଗତ ୨୦ ତାରିଖରେ ହାତ ଗୋଡ଼ ବନ୍ଧା ବୃଦ୍ଧାଙ୍କ ଶବ ମିଳିଥିଲା। ଏହି ଅଭିଯୋଗରେ ପୋଲିସ ଖମାରୀଗାଁର ଜିତେନ୍ଦ୍ର ଦଳାଇ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ୧୯ ତାରିଖ ରାତିରେ ଜିତେନ୍ଦ୍ର ଓ ତା ସାଂଗ ମିଶି ଖମାରି ଗାଁରେ ଜୁଆ ଖେଳୁଥିଲେ। ରାତିରେ ଜିତେନ୍ଦ୍ର ଘରକୁ ଫେରିବା ବେଳେ ଏକ ଝୁମ୍ପୁଡିରେ ବୃଦ୍ଧା ଜଣଙ୍କ ଶୋଇଥିବା ଦେଖି ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ବୃଦ୍ଧା ଜଣକ ପାଟି କରିବାରୁ ତାଙ୍କ ତଂଟି ଚିପି କାଦୁଅରେ ଘୋଷାଡି ନେଇଥିଲେ। ବୃଦ୍ଧା ଜଣଙ୍କ ମୃତ ଜାଣିବା ପରେ ସେଠାରୁ ପଳାଇ ଆସିଥିଲେ। ପୋଲିସ ତଦନ୍ତ ବେଳେ ଜିତେନ୍ଦ୍ରର ସୁରାକ ପାଇ ତାକୁ ଆଣି ପଚରା ଉଚରା କରିବା ବେଳେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି। ପୋଲିସ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ ବୃଦ୍ଧା ଜଣକ ହେଲେ  ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପୁରୁଣାପାଣି ପୁରବା ଗାଁର ଦୁଃଖୀ ଦଳେଇ।

   Related Posts