Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଚାକିରୀ ନାଁରେ ଠକେଇ କରିଥିବା ଠକକୁ ଜିଆରପିକୁ ଜିମା ଦେଲେ ଲୋକେ, ନିଜ ହେପାଜତକୁ ନେଲା ମଞ୍ଚେଶ୍ୱର ପୋଲିସ

21/07/2021 at 10:59 PM

ଭଦ୍ରକ, ୨୧।୦୭: ଭଦ୍ରକ ରେଳ ଷ୍ଟେସନ ନିକଟରୁ ଠକକୁ କାବୁ କରି ନିକଟସ୍ଥ ଜିଆରପି ଥାନାରେ ଜିମାଦେଲେ ଲୋକେ । ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଏହି ଠକ । ଧରାପଡିଥିବା ଠକର ନାମ ଅନିଲ ସାହୁ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ଏହି ଠକକୁ ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ ନିକଟରେ ଠାବ କରାଯାଇ ଜିଆରପି ପୋଲିସ ନିକଟରେ ଜିମା ଦେଇଛନ୍ତି । କନସଲଟାନ୍ସି ସଂସ୍ଥା କରି ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନିଲ । ଏନେଇ ଭୁବନେଶ୍ୱର ମଂଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି ।

ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ଥିବା ନେଇ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରାଯାଉଥିଲା  । ତେବେ ମଞ୍ଚେଶ୍ୱର ପୋଲିସ ଅଭିଯୁକ୍ତକୁ ଭଦ୍ରକ ଜିଆରପି ନିକଟରୁ ନେଇଯାଇଥିବା ସୂଚନା ମିଳିଛି ।

   Related Posts