ମଦ୍ୟପ ଯୁବକର ଉନ୍ମତ କାଣ୍ଡ, ସ୍ତ୍ରୀ କୁ ବାଡେଇବା ପରେ ପୋଡ଼ଶୀ ଦୁଇଜଣଙ୍କ ଘର ଭାଙ୍ଗି ଆସବାବପତ୍ରରେ ଲଗାଇଦେଲା ନିଆଁ

Published By : Prameya-News7 Bureau | January 22, 2022 IST

ପାଟଣା, ୨୨/୦୧: କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଦାବେଡା ଗ୍ରାମରେ ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ମଦ ନିଶାରେ ସ୍ତ୍ରୀକୁ ବାଡେଇବା ପରେ ପୋଡ଼ଶୀ  ଦୁଇଜଣଙ୍କ ଘର ଭାଙ୍ଗି ଆସବାବପତ୍ରରେ  ନିଆଁ ଲଗାଇଦେଇଛି ଯୁବକ।

ସୂଚନା ଅନୁସାରେ ଗ୍ରାମର ଶତୃଘନ ନାଏକ ମଦ ନିଶାରେ ସ୍ତ୍ରୀକୁ ବାଡେଇଥିଲା।ଭୟରେ ସ୍ତ୍ରୀ ପୋଡ଼ଶୀ ଘରେ ଯାଇ ଆଶ୍ରୟ ନେଇଥିଲେ। ଏଥିରେ ଶତ୍ରୁଘନ ଉତକ୍ଷିପ୍ତ ହୋଇ ପୋଡ଼ଶୀ ଘର ଲୋକଙ୍କୁ ଗାଳିଗୁଲଜ କରିବା ପରେ କୁରାଢ଼ୀ ଓ ଶାବଳ ସାହାଯ୍ୟରେ ପୋଡ଼ଶୀ ଦୁଇ ଜଣଙ୍କ  ଘର ଭାଙ୍ଗି ଦେବା ସହ ଘରର ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲା। ଏନେଇ ପୋଡ଼ଶୀ ରଥ ନାଏକ ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶତ୍ରୁଘନ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.