ଛାତ୍ରୀଙ୍କୁ ଆଡମିଶନ ସହ ପରୀକ୍ଷା କରାଇଦେବାକୁ କହି ଠକିଥିବା କିରାଣୀକୁ ଧରିଲା ପୋଲିସ

Published By : Prameya-News7 Bureau | March 11, 2019 IST

ଉଦଳା ୧୧|୩ : ମୟୂରଭଞ୍ଜ ଜିଲ୍ଲା ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ଜଣେ ଠକ କିରାଣୀକୁ ଗିରଫ କରିଛି ପୋଲିସ । ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ କଳା ଛାତ୍ରୀଙ୍କୁ କଲେଜରେ ଆଡମିଶନ କରାଇବା ସହ ପରୀକ୍ଷା କରାଇଦେବା ନାଁରେ ଠକିଥିବା ଅଭିଯୋଗରେ କଲେଜ କିରାଣୀକୁ ଗିରଫ କରାଯାଇଛି । ଛାତ୍ରୀଙ୍କୁ ଆଡମିଶନ ସହ ପରୀକ୍ଷା କରାଇଦେବା ନେଇ କଲେଜର କିରାଣୀ ମାନସ ଶଙ୍କର ମହାନ୍ତି ତାଙ୍କ ନିକଟରୁ ଟଙ୍କା ନେବା ସହିତ ଜାଲ୍ କାଗଜପତ୍ର ପ୍ରଦାନ ମଧ୍ୟ କରିଥିଲେ । ଯାହାଫଳରେ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷା ଦେବାରୁ ଛାତ୍ରୀ ଜଣକ ବଞ୍ଚିତ ହୋଇଛନ୍ତି । ତେବେ ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମୁଖ୍ୟ କାର୍ପଟଦାର ମାନସ ଶଙ୍କର ମହାନ୍ତିଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.