Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଯାତ୍ରା ଭିଡର ସୁଯୋଗ ନେଇ ଚୋରୀ କରିଥିଲା ବାଇକ, ବାନ୍ଧିଲା ପୋଲିସ

6/11/2021 at 6:00 PM

ପାଟଣା, ୦୬/୧୧: କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ଜଣେ ବାଇକ ଚୋରକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ପାଟଣା ଥାନା ଏରେଣ୍ଡେଇ ଗ୍ରାମର ପ୍ରତାପ ପାତ୍ରଙ୍କ ପୁଅ ନବ କିଶୋର ପାତ୍ର (୨୮) । ପୋଲିସ ସୂଚନା ଅନୁଯାୟୀ, ବାଇକ ଚୋର ଜଣକ ଗତ ସେପ୍ଟେମ୍ବର ମାସରେ ମଲ୍ଲୀପଶି ବଜାର ଉପରେ ଯାତ୍ରା ଚାଲିଥିବା ବେଳେ ଅନ୍ଧାର ଏବଂ ଭିଡ଼ର ସୁଯୋଗ ନେଇ ବାଇକ୍‌ଟି ଚୋରି କରିଥିଲା ।

ଏହା ଘଟଗାଁ ଥାନା କପାସପଡା ଗ୍ରାମର ସାମାମଣି ପ୍ରଧାନଙ୍କ OD09 S 1557 ନମ୍ୱର ବିଶିଷ୍ଟ ସ୍ପ୍ଲେଣ୍ଡର ବାଇକ । ଏନେଇ ବାଇକ୍ ମାଲିକ ପାଟଣା ଥାନାରେ ଅଭିଯୋଗ କରିଥିଲେ ।  ଅଭିଯୋଗ ପରେ ପାଟଣା ଥାନା ଏସଆଇ ରଣଜିତ ପଟ୍ଟନାୟକ ଘଟଣାର ତଦନ୍ତ କରି କାଶିଆ ଜଙ୍ଗଲରେ ଲୁଚାଇ ଥିବା ବାଇକକୁ ଉଦ୍ଧାର କରି ଚୋରି କରିଥିବା ନବ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପାଟଣା ଥାନାରେ ୧୬୪/ ୨୧ରେ ମାମଲା ରୁଜୁ ହୋଇଛି।

   Related Posts