Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜମି-ବାଡ଼ିକୁ ନେଇ କାତିରେ ମାରଣାନ୍ତକ ଆକ୍ରମଣ ଘଟଣା, ଗିରଫ ହେଲା ଅଭିଯୁକ୍ତ

26/04/2021 at 10:56 PM

ଗଞ୍ଜାମ, ୨୬/୦୪: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଉପ-ନିବନ୍ଧକ କାର୍ଯ୍ୟାଳୟରେ ଅପ୍ରେଲ ୫ ତାରିଖ ଦିନ ଜମିଜମା କିଣାବିକାକୁ ନେଇ ନିଜ ସମ୍ପର୍କୀୟଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ଏହି ମାମଲାରେ ପୂର୍ବରୁ ଦିଗପହଣ୍ଡି ପୋଲିସ ସୋମବାର ଦିନ ଅନ୍ୟ ଅଭିଯୁକ୍ତ ଜି.ଶଙ୍କର ରାଓଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ।

ପୂର୍ବରୁ ପୋଲିସ୍ ବଡ଼ଭାଇ ଜି.ମୋହନ ରାଓଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ସେ ଜେଲ ହାଜତରେ ରହିଛି । ଖବରନୁଯାୟୀ, ସାନଖେମୁଣ୍ଡି ବ୍ଲକ ପୋଡାମାରୀ ବଡ଼ବଜାର ସାହିର ସ୍ବର୍ଗତ ଜି. ମାର୍କଣ୍ଡ ଓ ଜି . ଲଚ୍ଛମନ ପିତାଙ୍କ ଗ୍ରାମରେ ରହିଥିବା ୭ ଭରଣ ଜମିକୁ ନେଇ ମାକର୍ଣ୍ଡଙ୍କ ଦୁଇଝିଅ ଏମ୍ . ସାରଦା ଓ ବି .ଜ୍ୟୋତି ଏବଂ ଜି . ଲଚ୍ଛମନ ରାଓଙ୍କ ଦୁଇପୁଅ ଜି . ଶଙ୍କର ରାଓ ଓ ଜି . ମୋହନ ରାଓ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାପରେ ଗତ ଅପ୍ରେଲ ୫ ତାରିଖ ଦିନ ଦିଗପହଣ୍ଡି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଉକ୍ତ ଜମିର କିଣାବିକା ମକଦ୍ଦମା ଚାଲିଥିବା ବେଳେ ମୋହନ ଓ ଶଙ୍କର କାର୍ଯ୍ୟାଳୟ ଭିତରେ ପଶି ମାରଣାସ୍ତ୍ର ସାହାଯ୍ୟରେ ୨ ମହିଳା ସମେତ ତାଙ୍କ ଜ୍ବାଇଁ ନାରାୟଣ ସୁବୁଦ୍ଧିଙ୍କୁ ଆକ୍ରମଣ କରି ବାଇକ ଯୋଗେ ଫେରାର ହୋଇଯାଇଥିଲେ ।

ଘଟଣାପରେ ଦିଗପହଣ୍ଡି ପୋଲିସ ଅପ୍ରେଲ ୧୩ ତାରିଖରେ ବଡ଼ଭାଇ ମୋହନଙ୍କୁ ଗିରଫ କରି କେସ୍ ନଂ ୮୧/୨୦୨୧ ଦଫା ୪୫୦/୩୨୩/୩୨୪/୩୦୭/୩୪ ଆଇପିସି ଧାରା ଅନୁସାରେ କୋର୍ଟ ଚାଲାଣ କରିଥିବା ବେଳେ ବ୍ୟବହୃତ ରକ୍ତଭିଜା ଦୁଇଟି କାତିକୁ ଜବତ କରିଥିଲା । ଅପରପକ୍ଷରେ ଆଜି ଅଭିଯୁକ୍ତ ସାନଭାଇ ଶଙ୍କରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ବସନ୍ତ ସେଠୀ କହିଛନ୍ତି ।

   Related Posts