Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଗଣେଶ ପୂଜାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ, ରାସ୍ତା ପାଲଟିଲା ରଣକ୍ଷେତ୍ର, ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ୍‌

15/09/2021 at 11:07 PM

ସାନଖେମୁଣ୍ଡି, ୧୫/୦୯: ଦିଗପହଣ୍ଡି ଥାନା ଅଧିନ ଦିଗପହଣ୍ଡି-ଡେଙ୍ଗାଓସ୍ତା ରାସ୍ତାରେ ଦୁଇଗୋଷ୍ଠୀ ବିବାଦ ମାମଲାରେ ବୁଧବାର ଦିଗପହଣ୍ଡି ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ ପିସ୍ତଲ ସମେତ ଦୁଇଟି ଜୀବନ୍ତ ଗୁଳି ଓ ମାରଣାସ୍ତ୍ର ଜବତ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନଙ୍କ ଘର ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମ ହୋଇଥିବା ବେଳେ ସେମାନେ ହେଲେ ଗଣେଶ ଦୋରା (୨୪) , ସୁଶାନ୍ତ କୁମାର ସାହୁ (୨୫) , ଏସ୍ . ମିଲନ ଦୋରା (୨୪) , ଆର୍ . ସୁଶାନ୍ତ ଦୋରା (୨୬) ଓ କୁରେଶୁ ସେଠୀ (୨୬) ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୧୦ ତାରିଖ ଶୁକ୍ରବାର ଦିନ ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ କିଛି ଯୁବଗୋଷ୍ଠୀ ପକ୍ଷରୁ ସାହି ଗଳିକନ୍ଦିରେ ଗଣେଶ ପୂଜାକୁ ଧୁମଧାମରେ ପାଳନ କରିଥିଲେ । ଏହାପରେ ଦିଗପହଣ୍ଡି ଓ ନିକଟସ୍ଥ ଡେଙ୍ଗାଓସ୍ତା ଗ୍ରାମର କିଛି ଯୁବକ ଏହି ଉତ୍ସବକୁ ଖୁସି ମନାଇବା ପାଇଁ ଦିଗପହଣ୍ଡି ପୋଡାମାରୀ ରାସ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଚାଙ୍ଗୁଡିଦେବୀ ପାହାଡ ରାସ୍ତା ପାର୍ଶ୍ବରେ ପ୍ରଚୁର ମଦ୍ୟପାନ କରିଥିଲେ । ତେବେ କିଛି କଥା କଟାକଟିକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଏହାର କିଛି କ୍ଷଣ ମଧ୍ୟରେ ଅର୍ଥାତ ସନ୍ଧ୍ୟା ସାଢ଼େ ୭ ଘଣ୍ଟା ସମୟରେ ଆକ୍ରମଣ ପ୍ରତି ଆକ୍ରମଣରେ ରାଜରାସ୍ତା ପାଲଟି ଯାଇଥିଲା ରଣକ୍ଷେତ୍ର ।

ଏହି ମରଣାନ୍ତକ ଆକ୍ରମଣରେ ଦିଗପହଣ୍ଡି ଅଞ୍ଚଳର କିଷାନ ବେହେରା, ସୁରେଶ ବେହେରା, ସୁଶାନ୍ତ ଦାସ, କ୍ଷିରୋଦ ରେଡ୍ଡୀ ଓ ଡେଙ୍ଗାଓସ୍ତାର କୁରେଶୁ ସେଠୀ ଆହତ ମଧ୍ୟ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ ମଧ୍ୟ ଗୁରୁତର କିଷାନ ଓ ସୁରେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହେତୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରିଥିଲେ । ଏନେଇ ପରଦିନ ଦିଗପହଣ୍ଡି ସାହାଣୀ ସାହିର ସେକ ଲିଟୁ ନାମକ ଯୁବକ ଥାନାରେ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ଦିଗପହଣ୍ଡି ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ଛୁରୀ, ରୂପା ଚେନ୍ ଓ ୫ ଗୋଟି ବାଇକ ଜବତ ମଧ୍ୟ କରିଥିବା ଜଣାପଡ଼ିଛି ।

ତେବେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ନଂ ୨୩୨/୨୧ , ଆଇପିସି ଧାରା ୧୪୭/୧୪୮ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅପରାହ୍ନରେ କୋର୍ଟ ଚାଲାଣ କରାଥିବା ଜଣାପଡ଼ିଛି । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ଏହି ମାମଲାରେ ଅନ୍ୟ ୪ ରୁ ୫ ଯୁବକ ମଧ୍ୟ ସାମିଲ ରହିଥିବା ବେଳେ ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିବା ଜଣାପଡିଛି ।

   Related Posts