କ୍ରାଇମବ୍ରାଞ୍ଚ ଡିଏସପିଙ୍କୁ ଗୁଳି କରି ହତ୍ୟା: ହତ୍ୟାକାରୀ ଡିଏସପିଙ୍କ ଘରେ ବସି ଚାହା ପିଇବା ପରେ ମାରିଥିଲା ଗୁଳି

Published By : Prameya-News7 Bureau | May 02, 2019 IST

ଭୋପାଳ ୨/୫: ଜଣେ କ୍ରାଇମବ୍ରାଞ୍ଚ ଡିଏସପିଙ୍କୁ ତାଙ୍କର ଜଣେ ପରିଚିତ ଲୋକ ଗୁଳିକରି ହତ୍ୟା କରିଛି । ଗତକାଲି ସକାଳେ ଏହି ଘଟଣା ଘଟିଥିବାବେଳେ ପୋଲିସ ବିଳମ୍ବିତ ରାତିରେ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଛି ।  ମୃତ ଡିଏସପି ହେଲେ ଗୋରେଲାଲ ଅହିରଓ୍ବାର । ସେ ଭୋପାଳ ପୋଲିସ ହେଡକ୍ବାଟରରେ କାର୍ଯ୍ୟରତ ଥିଲେ ।  

ଗତକାଲି ସଂଧ୍ୟାରେ ହିମାଂଶୁ ପ୍ରତାପ ସିଂହ ନାମକ ଡିଏସପିଙ୍କ ପରିଚିତ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସିଥିଲା। ଘରେ ବସି ଉଭୟେ ଚାହା ପିଇବା ସହ କଥାବାର୍ତ୍ତା କରୁଥିଲେ । ତେବେ କୈାଣସି କଥା ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାପରେ ହଠାତ୍ ହିମାଂଶୁ ପ୍ରତାପ ବନ୍ଧୁକ ବାହାର କରି ଡିଏସପିଙ୍କ ଛାତିକୁ ଗୁଳି ମାରିଥିଲା।

ଡିଏସପିଙ୍କୁ ଗୁଳି ମାଡ ପରେ ସେହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ଆହତ ଡିଏସପିଙ୍କୁ ଚିକିତ୍ସା ପାଇଁ ନର୍ମଦା ହସ୍ପିଟାଲକୁ ନିଆଯାଇଥିଲା।ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୃତ୍ୟୁ ହୋଇଯାଇଥିଲା ।  ଅଭିଯୁକ୍ତ ହିମାଂଶୁ ପ୍ରତାପ ସିଂହ ମୃତ ଡିଏସପି ଝିଅଙ୍କ ଫେସବୁକ୍ ଫ୍ରେଣ୍ଡ ବୋଲି ଜଣାପଡ଼ିଛି। ତେବେ ଗତକାଲି ହିଁ ପୋଲିସ୍ ବିଳମ୍ବିତ ରାତିରେ ଅଭିଯୁକ୍ତକୁ ବିଦିଶାରୁ ଗିରଫ କରିଛି।

ପୋଲିସର କହିବାନୁସାରେ ଏ-୧୯୨ ଖଜୁରୀକଳା ଅବଧପୁରୀ ବାସିନ୍ଦା ଗୋରେଲାଲ ଅହିରଓ୍ବାର ପିଏଚକ୍ୟୁରେ ଡିଏସପି ଥିଲେ। ସୂଚନା ଅନୁସାରେ ଡିଏସପି ଗୋରେଲାଲ ଅହିରଓ୍ବାରଙ୍କ ଗତ ମାସରେ ବାଇପାସ ସର୍ଜରି ହୋଇଥିଲା। ସେଥିପାଇଁ ସେ କିଛି ଦିନ ହେଲା ସେ ଛୁଟିରେ ଥିଲେ। ବୁଧବାର ସନ୍ଧ୍ୟା ୭ଟାବେଳେ ତାଙ୍କର ପରିଚିତ ହିମାଂଶୁ ପ୍ରତାପ ସିଂହ ତାଙ୍କ ଘରକୁ ଆସିଥିଲା। ଏହାପରେ ଡିଏସପି ଏବଂ ହିମାଂଶୁ ମିଶି ଚା’ ପିଇଥିଲେ। ଉଭୟଙ୍କ ମଧ୍ୟରେ କୈାଣସି କଥା ପାଇଁ ବିବାଦ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ହିମାଂଶୁ ବନ୍ଧୁକ ବାହାର କରି ଡିଏସପିଙ୍କ ଛାତିକୁ ଗୁଳି ମାରିଥିଲା।

ଗୁଳି ଶବ୍ଦ ଶୁଣି ଡିଏସପିଙ୍କ ଝିଅ ଏବଂ ବୋହୂ ଦୈାଡ଼ି ଆସିଥିଲେ। ତାଙ୍କ ଛାତିରୁ ଅତ୍ୟନ୍ତ ରକ୍ତସ୍ରାବ ହେଉଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ହବିବଗଞ୍ଜରେ ଥିବା ନର୍ମଦା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଉଭୟଙ୍କ ମଧ୍ୟରେ କୈାଣସି ଜମି ପାଇଁ ବିବାଦ ହୋଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତକୁ ଏ ସମ୍ପର୍କରେ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି ।

{"id":109868,"width":595,"height":476}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.