ମୁଣ୍ଡରେ ବନ୍ଧୁକ ଲଗାଇ ରାସନ ଦୋକାନୀଙ୍କ ଠାରୁ ବାରମ୍ୱାର କରୁଥିଲେ ବଟି ଆଦାୟ, ଖବର ପହଞ୍ଚିଗଲା ଥାନାରେ, ତାପରେ...

Published By : Prameya-News7 Bureau | July 28, 2021 IST

ଦାରିଙ୍ଗବାଡ଼ି, ୨୮/୦୭: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ  ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ତାଙ୍କ ଠାରୁ ଏକ ବନ୍ଧୁକ ଜବତ କରାଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି। ଗିରଫ ଯୁବକ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଡମକ୍ଲିୟୁ ଗ୍ରାମର ବାପି ପ୍ରଧାନ।

ପ୍ରକାଶ ଯେ, ଚଳିତମାସ ୧୩ ତାରିଖ ରାତିରେ ଭ୍ରମରବାଡ଼ି ଗ୍ରାମର ନିଧିଆ ସାହୁ ନିଜ ରାସନ ଦୋକାନରେ ଥିବା ବେଳେ ବାପି ସେଠାରେ ପହଞ୍ଚି ନିଧିଆଙ୍କ ମୁଣ୍ଡରେ ବନ୍ଧୁକ ରଖି ୧୦ ହଜାର ଟଙ୍କା ଦେବାକୁ କହିଥିଲେ। ନିଧିଆ ତାଙ୍କ ନିକଟରେ ଏତେ ଗୁଡ଼ିଏ ଟଙ୍କା ନ ଥିବା କହିଥିଲେ। ବାପି ନିଧିଆଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ନିଧିଆ ତାଙ୍କ ନିକଟରେ ମାତ୍ର ୧ ହଜାର ଟଙ୍କା ଥିବା କହି କାକୁତି ମିନତୀ ହୋଇ୧ ହଜାର ଟଙ୍କା ଦେଇଥିଲେ। ପରେ ବଳକା ଟଙ୍କା ଦେବି ବୋଲି କହିଥିଲେ। ବାପି ୧ ହଜାର ନେଇ ସେହିଦିନ ପଳାଇଥିଲେ ଏବଂ ପୁଣି ସୋମବାର ଅପରାହ୍ନରେ ଆସି ୧୦ ହଜାର ଟଙ୍କା ମାଗିଥିଲେ। ଆଜି ରାତିରେ ଆସି ନେବି ବୋଲି ବାପି କହୁଥିବା ସମୟରେ ତାଙ୍କ ଦୋକାନଙ୍କୁ ଗ୍ରାହକମାନେ ଆସି ଯିବାରୁ ବାପି ସେଠାରୁ ପଳାଇଥିଲା ।

ଏନେଇ ନିଧିଆ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୨୬/୨୧ ଧାରାରେ ମାମଲା ରୁଜୁ କରି ବାପିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରିବାରେ ସଫଳ ହୋଇଥିଲା ବୋଲି ଆଇଆଇସି ମାଝି କହିଛନ୍ତି । ହେଲେ କିଭଳି ଏଭଳି ଦୃଗମ ଅଞ୍ଚଳକୁ କେଉଁଠାରୁ ବନ୍ଧୁକ ଆସୁଛି ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ବାପି କେଉଁଠାରୁ ଏହି ବନ୍ଧୁକ ଆଣିଲା ଏହାର ତଦନ୍ତ କରାଯିବ । ତା ସହ ଆଉ କେଉଁମାନେ ସାମିଲ ହୋଇଛନ୍ତି କି ନାହିଁ ତାହାର ଅଧିକ ତଦନ୍ତ ଚାଲିଥିବା ପୋଲିସ୍‌ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.