ଜାତୀୟ ରାଜପଥ କଡ଼ରୁ ୨ ମୃତଦେହ ଉଦ୍ଧାର ଘଟଣା, ୨ କିନ୍ନରଙ୍କ ସହ ୭ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | September 13, 2021 IST

ଯାଜପୁର, ୧୩/୦୯: ପାଣିକୋଇଲି ଥାନା ମିର୍ଜାପୁର ନିକଟରୁ ୨ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ତଦନ୍ତ ଜାରି ରଖିଥିଲା ପୋଲିସ୍‌। ମାତ୍ର କିଛିଦିନ ଭିତରେ ପୋଲିସ୍‌ ଘଟଣାର ପର୍ଦ୍ଦାଫାଶ କରିଛି । କିନ୍ନରଙ୍କ ସହ ଗଣ୍ଡଗୋଳକୁ ନେଇ ୨ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଜଣ କିନ୍ନର ଓ ଜଣେ ନାବାଳକ ସମେତ ମୋଟ ୭ ଜଣଙ୍କୁ ଗିରଫ କରିଛି ପୋଲିସ।

ଆଜି ସନ୍ଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଗତ ସେପ୍ଟେମ୍ବର ୩ ତାରିଖ ଦିନ ସକାଳୁ ୧୬ ନଂ ଜାତୀୟ ରାଜପଥ କଡ ଏକ ନିର୍ମାଣାଧୀନ ବ୍ରିଜ୍ ଉପରୁ ୨ ଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.