Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରକାପ୍ତା ରାକେଟ୍‌ର ପର୍ଦ୍ଦାଫାଶ : ୭ ଶିକାରୀ ଗିରଫ, ୨କିଲୋ ୬ଶହ ଗ୍ରାମ୍ କାତି ଜବତ

27/05/2020 at 10:06 AM

ସମ୍ବଲପୁର ୨୭।୫: ସମ୍ବଲପୁର ରେଢାଖୋଲ ବନ ବିଭାଗ କବଜାରେ ବଜ୍ରକାପ୍ତା ଚାଲାଣ ରାକେଟ୍ । ବେଆଇନ ଭାବେ ବଜ୍ରକାପ୍ତା ଶିକାର କରି ରାଜ୍ୟ ବାହାରକୁ ଚାଲଣ କରୁଥିବା ୭ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ସେମାନଙ୍କ ନିକଟରୁ ୨ କେଜି ୬୦୦ ଗ୍ରାମର ବଜ୍ରକାପ୍ତା କାତି ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ସୁଶୀଲ ସେଠୀ, ଲକ୍ଷ୍ମଣ ସେଠୀ, ଶ୍ରୀରାମ ଶବର, ଶିର ଶବର, ଖିଜୁ ଶବର, ଯଦୁମଣି ପାତ୍ର ଓ ନେପାଳ ସାହୁ । ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ଥିବା ଜଣାପଡିଛି । ଏହି ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ସେହିପରି କାରବାରରେ ଅନ୍ୟ କେଉଁମାନେ ସଂପୃକ୍ତ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା ଡିଏଫଓ କହିଛନ୍ତି । ଏହି ଘଟଣାର ଲିଙ୍କ୍ ଦେବଗଡ, ଅନୁଗୋଳ ଓ କଟକ ଜିଲ୍ଲା ସହ ଥିବା ବନବିଭାଗକୁ ସୁରାକ ମିଳିଛି । ଏହି ଶିକାରୀମାନେ ଅତ୍ୟାଧୁନିକ ଟେକ୍ନୋଲୋଜି ଜରିଆରେ ବେପାର କରୁଥିବା କୁହାଯାଇଛି ।

ଏହି ରାକେଟ୍ କୁ ଧରିବା ପାଇଁ ଦୀର୍ଘ ୩ ମାସ ହେଲା ବନ ବିଭାଗର ୬ଟି ରେଞ୍ଜର ଟିମ୍ ତଦନ୍ତ କରୁଥିଲେ ବୋଲି ଜଣାପଡିଛି । ତେବେ ଏହା ପୂର୍ବରୁ ସମ୍ବଲପୁରର ସୁନାପାଲି ଅଞ୍ଚଳରୁ ବଜ୍ରକାପ୍ତା ଜବତ କରିଥିଲା ଧନୁପାଲି ଥାନା ପୋଲିସ  ।

   Related Posts