ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ

Published By : Prameya-News7 Bureau | April 15, 2021 IST

ପାଟଣା, ୧୫/୦୪: କେନ୍ଦୁଝର ଜିଲ୍ଲା ପାଟଣା  ଥାନା  ଅଶନବାହାଳୀ ଗ୍ରାମର ୨ଜଣ ବ୍ୟକ୍ତି  ଓ ମିରିଗିଖୋଜି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗୁରୁବାର  ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣା ପୋଲିସ । ଗିରଫ ବ୍ୟକ୍ତି ହେଲେ ଅସନବାହାଳି ଗ୍ରାମର ପ୍ରଦୀପ କୁମାର ମହାନ୍ତ( ୪୬), କାଳୀ ଚରଣ ମହାନ୍ତ( ୪୫) ଓ ମିରିଗିଖୋଜି ଗ୍ରାମର ଶୁକ ଦେବ  ମହାନ୍ତ( ୩୦) ।

ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମରେ ଉଠା ଜଳ ସେଚନ ପ୍ରକଳ୍ପରେ ନୂତନ ପାଇପ ସଂଯୋଗ ପାଇଁ ପାଇପ ଆଣି ରଖା ଯାଇଥିବା ବେଳେ ଗତ ଗୁରୁବାର ୧୩ ପାଇପ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା । ପାଣି ପଞ୍ଚାୟତ ସଭାପତି ଗତ କାଲି ପାଟଣା ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏନେଇ ପାଟଣା ଥାନା ଏସ. ଆଇ ଶିବଶଙ୍କର ଆଲଦା ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଛି ପୋଲିସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.