Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଉତ୍ତରପ୍ରଦେଶ ଗଣ ଦୁଷ୍କର୍ମ ଭିଡିଓ ଭାଇରାଲ, ପୀଡିତାଙ୍କ ଅଭିଯୋଗ ଆଧାରରେ ୩ ଗିରଫ

3/11/2019 at 4:43 PM

ଚିତ୍ରକୁଟ : ଉତ୍ତରପ୍ରଦେଶ ଚିତ୍ରକୁଟ ଜିଲ୍ଲାରେ ଜନୈକା ମହିଳାଙ୍କ ପ୍ରତି ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ ସେମାନଙ୍କ ମୋବାଇଲ ଫୋନରେ ସୁଟିଂ କରି ଭାଇରାଲ କରିଥିଲେ। ପୀଡିତା ଗତ ଅକ୍ଟୋବର ୨୮ ତାରିଖ ଦିନ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ରାସ୍ତାରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ଘଟଣା ନେଇ ନଭେମ୍ବର ୧ ତାରିଖ ଦିନ ପୋଲିସରେ ଏତଲା ଦେଇଛନ୍ତି।

ମାମଲାରେ ପୋଲିସ ମହିଳାଙ୍କ ଡାକ୍ତରୀ ମାଇନା କରାଇଥିବା ବେଳେ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରାଯାଇଛି। ବାକି ୨ ଜଣ ଏବେବି ଫେରାର ଅଛନ୍ତି। ପୋଲିସ ଫେରାର ଅଭିଯୁଙ୍କ ଗିରଫ ଲାଗି ଉଦ୍ୟମ ଜାରି ରଖିଥିବା ଚିତ୍ରକୁଟ ଏସପି ମନୋଜ କୁମାର ଝା କହିଛନ୍ତି। ଗିରଫ ୩ ଜଣ କାରତୁସ୍ , ଡିଜେ ଓ କୂଲଦୀପ ଭାବେ ଚିହ୍ନଟ ହୋଇଛନ୍ତି। ମାମଲାରେ ସେମାନଙ୍କୁ ଅଧିକ ପଚରା ଉଚରା କରାଯାଉଥିବା ବେଳେ ଫେରାର ଅଭିଯୁକ୍ତଙ୍କର ଏବେ ସନ୍ଧାନ ନିଆଯାଉଛି।

ଅଭିଯୁକ୍ତମାନେ ରାସ୍ତାରେ ଅଟକାଇ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଗଣ ଦୁଷ୍କର୍ମ କରିବା ସହ ତାଙ୍କ ମୋବାଇଲ ଓ ଟଙ୍କାପଇସା ଛଡାଇ ନେଇ ପଳାଇଥିବା ଅଭିଯୋଗ ହୋଇଛି। ତେବେ ପୋଲିସକୁ ଏପର୍ଯ୍ୟନ୍ତ ମହିଳାଙ୍କ ମୋବାଇଲ ଫୋନ ମିଳିନଥିବା ଏସପି କହିଛନ୍ତି। ତେବେ ଫେରା ଅଭିଯୁକ୍ତଙ୍କୁ ପୋଲିସ  ଖୁବଶୀଘ୍ର ଗିରଫ କରିବ ବୋଲି ଏସପି କହିଛନ୍ତି।  

   Related Posts