Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

ନିଜ ହାତରେ ନିଜର ମୃତ୍ୟୁ ସାର୍ଟିଫିକେଟ, ସମ୍ପତ୍ତି ଲୋଭରେ ବଡ଼ ଭାଇକୁ ମୃତ ଦର୍ଶାଇଲା ସାନ ଭାଇ, ଫଶିଲେ ଆର୍‌ଆଇ

29/07/2021 at 7:49 PM

ବାଲେଶ୍ୱର, ୨୯/୦୭: ନିଜ ହାତରେ ନିଜର ମୃତ୍ୟୁ ସାର୍ଟିଫିକେଟ ଧରି ଦେଖୁଛନ୍ତି ରଘୁନାଥ ଓରଫ ରମାକାନ୍ତ ନାୟକ । ବାଲେଶ୍ବର ଜିଲ୍ଲା ଶିଳ୍ପାଂଚଳ ଥାନାର ବାମଦା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ସେ ବଂଚିଛନ୍ତି, ଆଉ ସମ୍ପତ୍ତି ଲୋଭରେ ସାନ ଭାଇ ତାଙ୍କୁ ମୃତ୍ୟୁ ଦର୍ଶାଇ ତାଙ୍କ ଡେଥ୍ ସାର୍ଟିଫିକେଟ ବାହାର କରିଛି । ତେବେ କେମିତି ଜୀବିତ ଲୋକକୁ ମୃତ ବୋଲି ସରକାରୀ କର୍ମଚାରୀ ଦେଖାଇଲେ ସେ ନେଇ ଉଠିଛି ପ୍ରଶ୍ନ ।

ଏଥିରେ ରଘୁନାଥ ନାୟକ, ପିତା- ବୃନ୍ଦାବନ ନାୟକ ମୃତ ବୋଲି ରେମୁଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରୁ ପ୍ରମାଣ ପତ୍ରରେ ଲେଖା ହୋଇଛି । ଏହି ମିଥ୍ୟା ଡେଥ୍ ସାର୍ଟିଫିକେଟକୁ ନେଇ ଏକ ମାମଲ ବାଲେଶ୍ବର ଶିଳ୍ପାଂଚଳ ଥାନାରେ ରୁଜୁ ହୋଇଛି । ପୋଲିସ ରଘୁନାଥଙ୍କ ସାନ ଭାଇ ମହେନ୍ଦ୍ର ନାୟକ ଓ ଜନ୍ମକଲା ମାଆ ମାଳତୀକୁ ଦଫା ୪୨୦ ବଳରେ ଗିରଫ କରିଛି । ରଘୁନାଥ ମୃତ ବୋଲି ଯେଉଁ ଆର.ଆଇ. ରିପୋର୍ଟ କରିଥିଲେ ତାଙ୍କ ବିରୁଦ୍ଧରେ ମଧ୍ୟ ୪୨୦ ଦଫାରେ ମାମଲା ହୋଇଛି ।

   Related Posts