Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲଖିମ୍‌ପୁର ଖେରି ହିଂସା ମାମଲାରେ ୨ ଜଣଙ୍କୁ ଗିରଫ କଲା ପୋଲିସ୍, ପଚରାଉଚରା ଜାରି

7/10/2021 at 3:50 PM

ଆମ୍ୱାଲା, ୦୭/୧୦: ଲଖିମ୍‌ପୁର ଖେରିରେ ଘଟିଥିବା ଚାଷୀ ମୃତ୍ୟୁ ମାମଲାରେ ଚାରି ଜଣ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ପାଖାପାଖି ୫ ଦିନ ବିତି ଯାଇଥିଲେ ବି କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ବେଳେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଆଶିଷ ପାଣ୍ଡେ ଏବଂ ଲବକୁଶ । ପୋଲିସ୍‌ ସେମାନଙ୍କୁ ଘଟଣା ସମ୍ୱନ୍ଧରେ ପଚରାଉଚରା କରୁଛି ।

କୃଷକଙ୍କ ଉପରେ ଗାଡି ଚଢାଇଥିବା ଏବଂ ପୁଣି ଚାରି ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛି ।

ସୂଚନାଯୋଗ୍ୟ, ରବିବାର ଲକ୍ଷ୍ମୀପୁର ଖେରିରେ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଗାଡି ଚଢାଇବାର ଭିଡିଓ ସାମ୍ନାକୁ ଆସିଥିଲା। ଦାବି କରାଯାଇଥିଲା ଯେ, ଗାଡି ଟେନିଙ୍କ ପୁଅ ଆଶିଷ ମିଶ୍ର ଚଲାଉଥିଲେ। କିନ୍ତୁ ଟେନି ଏବଂ ଆଶିଷ ମିଶ୍ର ଉଭୟ ଏହି କଥାକୁ ଖଣ୍ଡନ କରିଛନ୍ତି। ଟେନି ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପୁଅଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରମାଣ ଯଦି କିଏ ଦେଇ ଦେବ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। ଏପରିକି ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଘଟଣାର ତିନି ଦିନ ପରେ ମଧ୍ୟ ନିଜ ଉପରେ ହୋଇଥିବା ଏଫଆଇଆରର ସୂଚନା ନଥିଲା।

ଲକ୍ଷ୍ମୀପୁର ଖେରି ହିଂସାରେ ଜଡିତ ଅଲଗା ଅଲଗା ୧୦ ଭିଡିଓ ପୂର୍ବରୁ ସାମ୍ନାକୁ ଆସି ସାରିଛି। ଏଥିରେ କୃଷକଙ୍କ ଉପରେ ଗାଡି ଚଢାଯିବାର ଭିଡିଓ, ଗାଡିରୁ ବାହାରି ଫେରାର ହେଉଥିବା ବ୍ୟକ୍ତିଙ୍କ ଭିଡିଓ ସାମିଲ୍ ରହିଛି। ଗାଡିରୁ ବାହାରି କୃଷକଙ୍କ କବଳରୁ ବଞ୍ଚି ପଳାଉଥିବା ବ୍ୟକ୍ତି ଜଣଙ୍କ  ହେଉଛନ୍ତି ସୁମିତ୍। ସେ କହିଛନ୍ତି, ତାଙ୍କ ଗାଡି ଉପରେ ପଥରମାଡ ହେଉଥିଲା, ଯେଉଁ କାରଣରୁ ଗାଡି ନିୟନ୍ତ୍ରଣ ହରାଇଥିଲା ଏବଂ ଏହି ସମୟରେ ହିଁ ଦୁର୍ଘଟଣା ଘଟିଛି।

   Related Posts