Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଜଧାନୀରେ ପୁଣି ମାତିଲେଣି ବ୍ରାଉନ୍‌ସୁଗାର ମାଫିଆ, ଗ୍ରାହକ ବେଶରେ ଯାଇ ୨ଜଣଙ୍କୁ ମାଡ଼ି ବସିଲା ପୋଲିସ

3/07/2021 at 6:55 PM

ଭୁବନେଶ୍ୱର, ୦୩/୦୭: ପୁଣି ରାଜଧାନୀ ଉପକଣ୍ଠରୁ ବ୍ରାଉନସୁଗାର ଜବତ । ୨୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ବାଲିଅନ୍ତା ପୋଲିସ ସହ କ୍ୟୁଏଟି ଟିମ । ଯାହାର ଆନୁମାନିକ ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । କେବଳ ବ୍ରାଉନସୁଗାର ନୁହେଁ ଦୁଇଟି ଦାମି ବାଇକ ସହ ୫୦ ହଜାର ଟଙ୍କା ଓ ଚାରୋଟି ମୋବାଇଲ ଜବତ କରାଯାଇଛି ।

ଲକ୍ଷ୍ମୀସାଗର ଥାନା ଅଧିନ ହଳଦିପଡିଆରେ ରହୁଥିବା ବାଲେଶ୍ବର ଅଞ୍ଚଳର ଶେଖ ଜାମସେଦ ଏହି ବ୍ରାଉନସୁଗାରକୁ ଆଣିଥିଲା । ତାର ସହଯୋଗୀ ବାପି ନାଏକ ସହିତ ମିଶି ବେପାର ଚଳାଇଥିବା ସମୟରେ କମିସନରେଟ ପୋଲିସ ଗ୍ରାହକ ସାଜି ବ୍ରାଉନସୁଗାର କିଣିବାକୁ ଯାଇ ଦୁଇଜଣଙ୍କୁ ମାଡି ବସିଥିଲା ।

ଗତ କିଛିଦିନ ଧରି ହଳଦି ପଡିଆରେ ବ୍ରାଉନ ସୁଗାର ବେପାର ସମ୍ପୁର୍ଣ୍ନ ବନ୍ଦ ହୋଇଯାଇଥିବା ବେଳେ ଶେଖ ଜାମସେଦ ପୁଣିଥରେ ଏହି ବେପାର ଏଠାରେ ଆରମ୍ଭ କରିଥିଲା । ପୁର୍ବରୁ ଗିରଫ ହୋଇ ଜେଲରେ ଥିବା ଅନେକ ଛୋଟ ଛୋଟ ବ୍ରାଉନସୁଗାର ବେପାରୀଙ୍କ ସହିତ ଅନେକ ଲୁଟେରା ଜେଲରୁ ବାହାରିଛନ୍ତି । ସେମାନଙ୍କ ଉପରେ ନଜର ରଖିଛି କମିସନରେଟ ପୋଲିସ । ଏକାଧିକ ଥର ଅପରାଧ କରି ଜେଲ ଯାଉଥିବା ବ୍ୟକ୍ତିଙ୍କ ଜାମିନ ନାମଞ୍ଜୁର କରିବା ସହିତ ସେମାନଙ୍କ ବିରୁଦ୍ଧରେ ୧୧୦ ଦଫା ଲଗାଇ ଜେଲ ପଠାଉଛି କମିସନରେଟ ପୋଲିସ ।

୨୦୨୦ ରୁ ଆଜି ପର୍ଯ୍ୟନ୍ତ କମିସନରେଟ ପୋଲିସ ଓ ଏସିଟିଏଫ ମିଶି ୪୩ କେଜି ବ୍ରାଉନସୁଗାର ଜବତ କଲାଣି ।ବ୍ରାଉନ ସୁଗାର  ବାହାର ଦେଶରୁ କଲିକତା ଦେଇ ଓଡିଶା ପ୍ରବେଶ କରୁଛି । ଧରାପଡିଥିବା ଦୁଇ ଯୁବକଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି ତାର ତଦନ୍ତ କରୁଛି କମିସନରେଟ ପୋଲିସ ।

   Related Posts