Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଘର ତାଲା ଭାଙ୍ଗି ଲୁଟ, ଦୁଇ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ଦାରିଙ୍ଗବାଡି ପୋଲିସ ଗିରଫ

28/07/2021 at 11:03 PM

ଦାରିଙ୍ଗବାଡ଼ି, ୨୮/୦୭: ପର୍ତମାହା ପଞ୍ଚାୟତର ରାତ୍ର ଜଗୁଆଳ ପାଣ୍ଡଵ ପ୍ରଧାନଙ୍କ ଘର ତାଲା ଭାଙ୍ଗି ଲୁଟ କରିବା ଘଟଣାରେ ଦାରିଙ୍ଗବାଡ଼ି ପୋଲିସ ୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ମଙ୍ଗଳବାର ଦିନ  କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଦୁଇ ଜଣ କୁଖ୍ୟାତ ଅପରାଧୀ ହେଲେ ସବେରାଙ୍ଗା ଗ୍ରାମର ଦିଲୀପ ପ୍ରଧାନ ଓ କୁମ୍ଭାରବାଡ଼ି ସ୍ଥିତ ନୂଆସାହି ଗ୍ରାମର ସୁନୀଲ ପ୍ରଧାନ ।

ସୂଚନା ପ୍ରକାରେ ୨୦୧୯ ମସିହା ମାର୍ଚ୍ଚ ୫ ତାରିଖ ଦିନ ସନ୍ଧ୍ୟା ସମୟରେ ପାଣ୍ଡଵ ପ୍ରଧାନ ଘରେ ତାଲା ପକାଇ ପଞ୍ଚାୟତ ଅଫିସକୁ ଯାଇଥିଲେ । ନିଜର ଜଗୁଆଳ କାମ କରି ୬ ତାରିଖ ଦିନ ସକାଳ ସମୟରେ ଘରକୁ ଫେରିଥିଲେ । ହେଲେ ଘରକୁ ଫେରି ଦେଖିଲା ବେଳକୁ ଘରର ତାଲା ଭାଙ୍ଗି କେହି ଦୁର୍ବୁତ୍ତ ଘରର ବହୁ ଜିନିଷ ଚୋରିକରି ନେଇଛନ୍ତି  । ଘର ଭିତରେ  ଥିବା ଦେଢ଼ ତୁଳା ସୁନା, ମୋବାଇଲ, ଏଲଇଡ଼ି ଟିଭି , ୮ ଗୋଟି ଲୁଗା ଚୋରି ହୋଇଥିଲା ଜାଣିବାକୁ ପାଇଥିଲେ ।

ଏହାପରେ ପାଣ୍ଡଵ ପ୍ରଧାନ ଦାରିଙ୍ଗବାଡ଼ି ଥାନାରେ ଏକ ଲିଖିତ  ଅଭିଯୋଗ କରିଥିଲେ । ପୋଲିସ ଏନେଇ ମାମଲା ନଂ ୨୧/୧୯ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ  । ଏହି ଘଟଣାରେ ପୋଲିସ ମଙ୍ଗଳବାର ଦିନ ସୁନୀଲ ଓ ଦିଲୀପଙ୍କ ଘରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଏଲଇଡ଼ି ଟିଭି ଜବତ କରିଥିଲେ । ଏହି ଦୁଇ ଜଣଙ୍କର ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ  ଅପରାଧୀକ ମାମଲା ଥିବା ସହ ଗଞ୍ଜାମ ଜିଲ୍ଲାର କିଛି ଥାନାରେ ମଧ୍ୟ ଏକାଧିକ ମାମଲା ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts