ଲକ୍ଷ୍ମୀସାଗର ଓସ୍କାର ସିଟି ଆକ୍ରମଣ ଘଟଣା, ଦୁଇଜଣଙ୍କୁ ବାନ୍ଧିଲା ପୋଲିସ୍‌

Published By : Prameya-News7 Bureau | October 03, 2021 IST

ଭୁବନେଶ୍ୱର, ୦୩/୧୦: ଲକ୍ଷ୍ମୀସାଗର ଓସ୍କାର ସିଟିରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ଦୁଇଜଣ ଆକ୍ରମଣକାରୀ ବନ୍ଧାହୋଇଛନ୍ତି । ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । ଗତ ଗୁରୁବାର ରାତିରେ ମଣ୍ଟୁ ବେହେରା ନାମକ ଯୁବକ କଟକ ରୋଡର ଏକ ବାରରୁ ଘରକୁ ଫେରୁଥିଲେ ।

ସେହି ସମୟରେ ତାଙ୍କ ପିଛା କରିଥିଲେ ଦୁଇଜଣ ଆକ୍ରମଣକାରୀ । ତାଙ୍କୁ ଓସ୍କାର ସିଟିରେ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ । ଏହାପରେ ପୋଲିସ ତଦନ୍ତ କରି ଦୁଇଜଣ ଆକ୍ରମଣକାରଙ୍କୁ ଗିରଫ କରିଛି । ଏଥିସହ ଆକ୍ରମଣ କେବଳ ପୂର୍ବଶତ୍ରୁତାକୁ ନେଇ ହୋଇଥିବା ଏସିପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.