ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ, ୨ଜଣଙ୍କୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | November 28, 2021 IST

ଟାଙ୍ଗୀ, ୨୮।୧୧: ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରୀଆ-ବୋଡ଼ଙ୍ଗରା ଅଞ୍ଚଳରୁ ବ୍ରାଉନ ସୁଗାର ବେପାରୀ ଗିରଫ । ଏହି ଜହର କାରବାର ଚାଲିଥିବାର ଖବର ପାଇବା ପରେ ନିରାକାରପୁର ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୨ ଜଣ ଯୁବକଙ୍କ ନିକଟରୁ ୨୧.୨୦୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସେମାନଙ୍କ ନିକଟରୁ ଗୋଟେ ହିରୋ ଗ୍ଲାମର ମଟରସାଇକେଲ, ନଗଦ ୫ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରୀଆ ଗ୍ରାମର ବଟକୃଷ୍ଣ ମାର୍ଥା ଏବଂ ଟାଙ୍କୋଳ ଗ୍ରାମର ଦିଲ୍ଲୀପ ପ୍ରଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.