“ଆମେ ସାବଧାନ ହେଲେ ପଳାଇବ କରୋନା ରାକ୍ଷସ-ଘରେ ରୁହ-ଦୁରେଇ ରୁହ” : ସଚେତନ କରୁଛନ୍ତି ‘ଯମରାଜ’ !
8/04/2020 at 7:38 AM

ଡେରାଡୁନ ୦୮।୦୪: ସାରାବିଶ୍ୱର ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ୮୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ଲକ୍ଷ ପାର୍ ହୋଇଗଲାଣି । ବିଶ୍ୱର ଅଧିକାଂଶ ଦେଶ ଲକ୍ଡାଉନ୍ ସ୍ଥିତିରେ ରହିଛି । ସେହିପରି ଭାରତରେ ମଧ୍ୟ କରୋନା ସ୍ଥିତିକୁ ଦେଖି ସରକାର ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ ୩ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ତେବେ ଉତ୍ତରଖଣ୍ଡରେ ଲୋକଙ୍କୁ ସଚେତନତା କରିବା ପାଇଁ ଏକ ଭିନ୍ନ ପ୍ରୟାସ ଦେଖିବାକୁ ମିଳିଛି । ‘ଯମରାଜ’ ବେଶରେ ଜଣେ କଳାକାର ଆସି ଲୋକମାନଙ୍କୁ ସଚେତନତା କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡ ହରିଦ୍ୱାରରେ ଜଣେ କଳାକାର ‘ଯମରାଜ’ ପୋଷାକ ପରିଧାନ କରି ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । କରୋନା ଭାଇରସରୁ ନିଜକୁ ରକ୍ଷା କରିବାକୁ ହେଲେ ଘରେ ରହିବା ଓ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି କଳାକାର ଜଣଙ୍କ ସୂଚନା ଦେଇଛନ୍ତି । ଯଦି ଏହି ସମୟରେ ଆମେ ଏହି ଭାଇରସକୁ ମୁକାବିଲା କରିବାରେ ସଫଳ ନହେବା ତେବେ ଆଗକୁ ପରିମାଣ ଭୟାବହ ହେବ ବୋଲି କହିଛନ୍ତି ।