ଶାବଳ ଧରି ଆଗେ ଆଗେ ଦୌଡିଲେ ଆଇ.ଆଇ.ସି , ପଛରେ ଗୋଡ଼ାଇଲେ ମହିଳା

ଆନନ୍ଦପୁର୧୫|୧୧: ଶାବଳ ଧରି ଦୌଡିଛନ୍ତି ଆଇ ଆଇ.ସି ଆଉ ପଛରେ ଗୋଢାଇଛନ୍ତି ମହିଳାମାନେ । ଏଭଳି ପରିସ୍ଥିତି ଦେଖିବାକୁ ଦେଖିବାକୁ ମିଳିଥିଲା ଆନନ୍ଦପୁର ଉପଖଣ୍ଡ ଜରଦା ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ସ୍ଥାନୀୟ ଶହଶହ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ।

ସ୍ଥାନୀୟ ଛକଠାରେ ମଦ ଦୋକାନ ହୋଇଥିବାରୁ ଲୋକେ ସେହିରାସ୍ତାଦେଇ ଯାତାୟତ କରିପାରୁ ନାହାନ୍ତି , ସ୍କୁଲ ପିଲାମାନେ ମଧ୍ୟ ସ୍କୁଲ ଯିବା କଷ୍ଟକର ହୋଇପଡିଛି । ସ୍ଥାନୀୟ ଅଞ୍ଚଳରେ ହତ୍ୟାକାଣ୍ଡଭଳି ଘଟଣା ମଧ୍ୟ ନଜରକୁ ଆସିଛି । ଏତେ ସବୁପରେ ମଧ୍ୟ ବାରମ୍ବାର ମଦ ଦୋକାନ ଉଚ୍ଛେଦ ଦାବି ହୋଇଥିଲେ ମଧ୍ୟ କୈଣସି ପଦକ୍ଷେପ ନେଉନାହାନ୍ତି ପ୍ରଶାସନିକ ଅଧିକାରୀ ।

ଫଳରେ ବାଧ୍ୟହୋଇ ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ମଦ ଦୋକାନ ଭାଙ୍ଗିବାକୁ ଆସିଥିଲେ । ମହିଳାମାନେ ଦୋକାନ ଭାଙ୍ଗିବାକୁ ଆଣିଥିବା ଶାବଳକୁ ଛଡାଇ ରାମଚନ୍ଦ୍ରପୁର ଆଇଆଇସି ଦୈାଡିଥିଲେ, ଆଉ ପଛରେ ଦେଖାଇଥିଲେ ମହିଳାମାନେ ।

ଶେଷରେ ଆନନ୍ଦପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଉତ୍ତେଜନାକୁ ଦେଖି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାପରେ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିବା ଏସଡିପିଓ ସୂଚନା ଦେଇଥିଲେ।ଫଳରେ ଆନ୍ଦୋଳନ ହଟିଥିଲା ।

2541 Views