ଜେଏନୟୁ ଆନ୍ଦେୋଳନ: ଛାତ୍ରଛାତ୍ରୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ, ଛାତ୍ର ସଂସଦ ସଭାପତିଙ୍କ ସମେତ ୩୦ ଛାତ୍ର ଗିରଫ

Published By : Prameya-News7 Bureau | November 18, 2019 IST

ନୂଆଦିଲ୍ଲୀ୧୮/୧୧: ଜବାହାରଲାଲ ନେହରୁ ବିଶ୍ବ ବିଦ୍ୟାଳୟରେ ପରୀକ୍ଷା ଫିସ୍‌ ବୃଦ୍ଧି ପ୍ରତିବାଦରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁ ନାହିଁ। ସମସ୍ୟାର ସମାଧାନ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ତିନି ଜଣିଆ କମିଟି ଗଠନ ହୋଇଥିଲା। ଏମାନେ ଜେଏନୟୁର କାର୍ଯ୍ୟ କରିବାର ପ୍ରଣାଳୀ ଉପ​‌ରେ ନଜର ରଖିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ସତ୍ବେ ବି ଛାତ୍ରଛାତ୍ରୀ ଆଜି ସଂସଦ ମାର୍ଚ୍ଚ କରିଛନ୍ତି।

ଜେଏନୟୁର ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସ ସରାୟ ରୋଡ଼ରେ ଅବରୋଧ କରିଛି। ଦିଲ୍ଲୀ ପୋଲିସ ଛାତ୍ରଛାତ୍ରୀଙ୍କୁ ସଂସଦ ପରିସରକୁ ପ୍ରବେଶ କରିବାକୁ ଅନୁମିତି  ଦେଇ ନାହିଁ।  ଏହି ସମୟରେ ଦିଲ୍ଲୀ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରେ ହେବାରୁ ଛାତ୍ର ସଂସଦ ସଭାପତି ଆଶୀ ଘୋଷ ସମେତ ୩୦ରୁ ଅଧିକ ଛାତ୍ରଙ୍କୁ ପୋଲିସ ଗିରଫ କରିଛି।

ବିଶ୍ବ ବିଦ୍ୟାଳୟ ବାହାରେ ପୋଲିସ ୧୦ ପ୍ଲାଟୁନ ପୋଲିସ ମୁତୟନ କରିଛି। ପରିସ୍ଥିତି ନିୟନ୍ତ୍ରଣ ବାହାରେ ହେବାରୁ ସେହି ଅଞ୍ଚଳର ଆଖପାଖରେ ପୋଲିସ ୧୪୪ ଧାରା ଲାଗୁ କରିଛି। ଆସନ୍ତା ଡିସେମ୍ବର ୧୨ ତାରିଖରେ ହେବାକୁଥିବା ପରୀକ୍ଷାର ଫିସ୍‌ ବୃଦ୍ଧିକୁ ନେଇ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଏଭଳି ବିକ୍ଷୋଭ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.