Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚିଲା ନିକିତାଙ୍କ ଘରେ

7/01/2019 at 12:20 PM

କଟକ ୭|୧: ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାରେ ଖୋଳତାଡ ଆରମ୍ଭ ହୋଇଛି । ନିକିତାଙ୍କ ଘରେ ପହଞ୍ଚିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଓ ଫରେସସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି ।

ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ଲିପନ୍ ଅଟକ ଥିବାବେଳେ ଶାଶୂ ଓ ଶ୍ବଶୁରଙ୍କ ନାଁରେ ଏତଲା ଦେଇଥିଲେ ନିକିତାଙ୍କ ବାପା । ନିକିତାଙ୍କର ସ୍ବାମୀ ଅଟକ ଥିବା ବେଳେ ଆଜି ତାଙ୍କ ଶାଶୁ ଶ୍ବଶୁରଙ୍କୁ ଜେରା କରିପାରେ ପୋଲିସ।

ନିକିତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଶାଶୁ ଘର ଲୋକେ ମାରିଦେଇଛନ୍ତି । ଘଟଣା ଦିନ ନିକିତା ଓ ତାଙ୍କ ସ୍ବାମୀ ଲିପନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ଛାତ ଉପରକୁ ଯାଇଥିଲେ। ସେଠାରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ନିକିତାଙ୍କୁ ଲିପନ୍ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ସନାତନ ବେହେରା।

ବିବାହର ୬ରୁ ୭ ମାସ ପରେ ଶାଶୂଘର ଲୋକେ ନିକିତାଙ୍କୁ ଘରୁ ବାହାର କରିଦେଇଥିଲେ । ନିକିତାଙ୍କ ରୋଜଗାର ଟଙ୍କା ଏବଂ ଘରେ ରହିବା ପାଇଁ ଲିପନ୍ ଓ ତାଙ୍କ ପରିବାର ଚାପ ଦେଉଥିଲେ ବୋଲି କହିଛନ୍ତି ସନାତନ। ଏନେଇ ସେ ଚାଉଳିଆଗଞ୍ଜ ଥାନାରେ ଲିପନ୍ ସାହୁ, ତାଙ୍କ ମା କୁନ୍ତଳା ସାହୁ ଓ ବାପା ଲିଙ୍ଗରାଜ ସାହୁଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରିବା ସହ ତାଙ୍କ ସ୍ବାମୀଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ କଟକକ ଏକ ଘେରାଇ ହସ୍ପିଟାଲରେ ନିକିତାଙ୍କର ମୃତ୍ୟୁ ହୋଇଥିଲା । ତା ପୂର୍ବଦିନ ରାତି ଅର୍ଥାତ୍ ଶୁକ୍ରବାର ରାତିରେ ନିକିତା ଛାତରୁ ପଡିଯାଇଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେଥିପାଇଁ ତାଙ୍କୁ ଶୁକ୍ରବାର ରାତିରେ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ମୃତ୍ୟୁ ପରେ ମଧ୍ୟ ନିକିତାଙ୍କୁ ଦେଖିବାକୁ ତାଙ୍କ ଶ୍ବଶୁରଘର ଲୋକେ ଆସିନଥିଲେ । ଫଳରେ ନିକିତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନା ଯୋଜନାବଦ୍ଧ ସେନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ନିକିତାଙ୍କ ମୃତ୍ୟୁ ପରେ କିନ୍ତୁ ତାଙ୍କ ମୃତ୍ୟୁ କିଭଳି ହେଲା ସେନେଇ ନିକିତାଙ୍କ ବାପଘର ବା ଶ୍ବଶୁରଘର ପକ୍ଷରୁ କେହି କିଛି ମୁହଁ ଖୋଲିନଥିଲେ । ମୃତ୍ୟୁର ଦିନକ ପରେ ଗତକାଲି ନିକିତାଙ୍କ ବାପା ମୁହଁ ଖୋଲିବା ସହ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ଇତିମଧ୍ୟରେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିସାରିଥିଲା ।

   Related Posts