ପୋଲିସ-ଜନତା ମୁହାଁମୁହାଁ , ଯାତ୍ରା ଆୟବ୍ୟୟର ହିସାବକିତାବରୁ ଗଣ୍ଡଗୋଳ, ତାପରେ ଉତ୍ତେଜନା

Published By : Prameya-News7 Bureau | September 04, 2020 IST

ସାନଖେମୁଣ୍ଡି ୦୪।୦୯: ପୋଲିସ-ଜନତା ମୁହାଁମୁହାଁ । ଗଞ୍ଜାମ ଜିଲ୍ଲା ପାଟପୁର ଥାନ ଡେଙ୍ଗାଡ଼ି ଗାଁରେ ଘଟିଛି ଅଘଟଣ । ପରିସ୍ଥିତିକୁ ଦେଖି ଅଧିକ ଫୋର୍ସ ମୁତୟନ କରାଯାଇଛି ।

ଗଞ୍ଜାମ ପାଟପୁର ଥାନା ଡେଙ୍ଗାଡି ଗାଁରେ ପୋଲିସ-ସାଧାରଣ ଲୋକେ ମୁହାଁମୁହିଁ ହୋଇଛନ୍ତି । ଗାଁରେ ଅନୁଷ୍ଠିତ ହୋଇଥିବା ଯାତ୍ରାରେ ଆୟବ୍ୟୟର ହିସାବକିତାବକୁ  କେନ୍ଦ୍ର କରି ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଘେରିଥିଲେ ଲୋକେ ।  ତେବେ ସୂଚନା ପାଇ ଗାଁରେ ପୋଲିସ ପହଞ୍ଚିବା ପରେ ପୋଲିସ ସହ ଗାଁ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସରପଞ୍ଚ ପ୍ରତିନିଧିଙ୍କୁ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ କରି ତାତିଥିଲେ ଗାଁ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.