କଣ୍ଟେନମେଣ୍ଟ୍ ଜୋନରେ ଉତ୍ତେଜନା, ଜବରଦସ୍ତି ଘରୁ ବାହାରିବା ବେଳେ ପୋଲିସ ସହ ମୁହାଁମୁହିଁ

Published By : Prameya-News7 Bureau | May 07, 2020 IST

ରାଉରକେଲା, ୦୭|୦୫:  ରାଉରକେଲା ନାଲା ରୋଡ୍  କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା ପ୍ରକାଶ ପାଇଛି ।  ନିୟମ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କୁ ରାସନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପ୍ରଶାସନର କର୍ତ୍ତବ୍ୟ ।କିନ୍ତୁ କଣ୍ଟେନମେଂଟ ଜୋନ ଭିତରେ ରହୁଥିବା ଏକ  ଗୋଷ୍ଠୀ ପୋଲିସ ଉପରକୁ ପଥର ମାଡ଼ କରିବାରୁ ପୋଲିସ ପ୍ରଶାସନ ସେମାନଙ୍କ ଦାବି ଶୁଣି ସମସ୍ତ ସୁବିଧା ଯୋଗାଇ ଦେଉଥିବା ଅଭିଯୋଗ ହେଉଛି ।

ଏହାକୁ ବିରୋଧ କରିଛନ୍ତି ଅନ୍ୟ ବାସିନ୍ଦା । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅଧିକ ଅନୁକମ୍ପା ଯୋଗାଉଥିବା ବେଳେ ଅନ୍ୟମାନକୁ ଅବହେଳା କରୁଥିବା ପ୍ରତିବାଦରେ କଣ୍ଟେନମେଣ୍ଟ ଜୋନ ଭିତରୁ ଜୋର ଜବରଦସ୍ତି ବାହାରକୁ ପଳାଇବାକୁ କିଛି ବ୍ୟକ୍ତି ଚେଷ୍ଟା କରିଥିଲେ ।ଏହି ସମୟରେ  ପୋଲିସ ରୋକିବାରୁ ଉତ୍ତେଜନା ଦେଖାଦେଇଥିଲା ।

ପୋଲିସ ବୁଝାସୁଝା କରିବା ପରେ ଲୋକେ ଶାନ୍ତ ହୋଇଥିଲେ । ଏହାପରେ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅସନ୍ତୁଷ୍ଟଙ୍କ  ସହ ପ୍ଲାଣ୍ଟ ସାଇଟ୍ ଥାନାରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ନିଜେ ଏସପି ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.