Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଜବରଦଖଲ ଉଚ୍ଛେଦ ସମୟରେ ଉତ୍ତେଜନା, ୨ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ୯ ପୋଲିସ କର୍ମଚାରୀ ଆହତ

23/09/2021 at 8:10 PM

ଗୌହାଟୀ ୨୩/୦୯: ଗୁରୁବାର ଆସାମର ଦରାଙ୍ଗ ଜିଲ୍ଲାର ଗୋରୁହୁଟିରେ ସ୍ଥାନୀୟ ଲୋକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଦୁଇ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୯ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି । ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ଏହି ସଂଘର୍ଷ ଗୁରୁବାର ଢ଼ୋଲପୁର ଅନ୍ତର୍ଗତ ଗୋରୁଖୁଟିରେ ହୋଇଛି । ରାଜ୍ୟ ସରକାରଙ୍କ କୃଷି ପ୍ରକଳ୍ପ ସମ୍ବନ୍ଧିତ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଏହି ପରିସ୍ଥିତି ଉପୁଜିଛି।

ଏନେଇ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ପୋଲିସ ମତରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ସ୍ଥାନୀୟ ଲୋକେ ପୋଲିସ ଉପରେ ପଥର ମାଡ଼ କରିଥିଲେ। ଏସପି ସୁଶାନ୍ତ ବିଶ୍ବଶର୍ମା କହିଛନ୍ତି, ଲୋକଙ୍କ ପଥର ମାଡ଼ରେ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି।

ଯେଉଁ ଜମି ପାଇଁ ଏତେ କାଣ୍ଡ ହୋଇଛି, ସେଥିରୁ ସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଢ଼ୋଲପୁର ଅନ୍ତର୍ଗତ ଗୋରୁଖୁଟିରେ ସରକାର ଚଳାଇଥିବା ଜବଲଦଖଲ ବିରୋଧୀ ଅଭିଯାନରେ ଅତିକମ୍‌ରେ ୮୦୦ ପରିବାର ବେଘର ହୋଇଛନ୍ତି । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଜବରଦଖଲ ଉଚ୍ଛେଦ ଫଳରେ ୯୦୦ରୁ ଅଧିକ ପରିବାର ବାସ ହରାଇଛନ୍ତି । ଏହା ସହ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

   Related Posts