କଟକରେ ପୋଲିସ-ଆଇନଜୀବୀ ମୁହାଁମୁହିଁ ହୋଇଛନ୍ତି । –
29/08/2018 at 8:50 AM

ଭୁବନେଶ୍ଵର;୨୯/୦୮ କଟକରେ ପୋଲିସ-ଆଇନଜୀବୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଲେ ଆଇନଜୀବୀ । ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଭ୍ୟାନକୁ ଆଇନଜୀବୀମାନେ ପ୍ରଥମେ ଭାଙ୍ଗି ଦେଇଥିଲେ । ପରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ କ୍ରିମିନାଲ କୋର୍ଟ ବାର୍ ଆସୋସିଏସନ ଜଣେ ସଦସ୍ୟ ଘରକୁ ଫେରୁଥିବା ବେଳେ ଓଏମ୍ ପି ଛକରେ ପୋଲିସ ସହ ବଚସା ହୋଇଥିଲା । ପୋଲିସ ଜଣକ ବିଚ୍ ରାସ୍ତାରେ ଓକିଲଙ୍କୁ ମାଡ ମରିଥିଲେ । ଏହାର ଭିଜୁଆଲ ମଧ୍ୟ ଭାଇରାଲ ହୋଇଥିଲା । ଏହାର ପ୍ରତିବାଦରେ ଆଇନଜୀବୀମାନେ ଧାରଣା ଦେଇଥିଲେ । ଏବଂ ଆଜି ପୋଲିସ ଜିପ୍ ପୋଡି ଦେଇଛନ୍ତି ।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021