Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ପୁଣି ଶବକୁ ଅସମ୍ମାନ : ଶବକୁ ଅଖାରେ ଭର୍ତ୍ତି କରି ବୋହିଲେ ପୁଲିସ ଏବଂ ଦମକଳ ବାହିନୀ

25/11/2019 at 12:34 PM

ବାଲେଶ୍ବର ୨୫/୧୧: ପୁଣି ଶବକୁ ଅସମ୍ମାନ। ଶବକୁ ପୁଲିସ ଓ ଦମକଳ ବାହିନୀ ଅଖାରେ ଭର୍ତ୍ତି କରି ବୋହିଲେ। ଗତ ରାତିରେ ୧୬ ନଂ ଜାତୀୟ ରାଜପଥ ବିଦୁରେଠାରେ ଅଜଣା ଗାଡି ଧକ୍କାରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସୋର ଦମକଳ ବାହିନୀ ସେହି ଶବକୁ ମୋଡିମାଡି ଏକ ଅଖାରେ ପୁରାଇ ଡାକ୍ତରଖାନାକୁ ଆଣି ବାରଣ୍ଡାରେ ପକାଇ ଚାଲି ଯାଇଥିଲେ। ପରେ ସୋର ପୁଲିସ ସେହି ଶବକୁ  ଡାକ୍ତରଖାନାର କର୍ମଚାରୀ ସହାୟତାରେ ଶବାଗାରକୁ ବୋହି ନେଇ ରଖିଥିଲେ।

ପୂର୍ବରୁ ଏହିପରି ସୋର ଡାକ୍ତରଖାନାରୁ ବାଲେଶ୍ବର ଜିଆରପି ଶବକୁ ଅଖାରେ ପୁରାଇ ବାଉଁଶରେ ବୋହି ନେଇ ଟ୍ରେନରେ ବାଲେଶ୍ବର ନେବାର ଚର୍ଚ୍ଚାକୁ ଆସିଥିଲା। ଘଟଣା ବିଷୟରେ ସାରା ରାଜ୍ୟରେ ଚର୍ଚ୍ଚା ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଚିହ୍ନା ଶବ ବୋହିବା ଓ ସତ୍କାର ଅର୍ଥ ପରିମାଣ ବଢାଇଥିଲେ। ଗତକାଲି ଅଚିହ୍ନା ଶବକୁ ଅଖାରେ ଭର୍ତ୍ତି କରି ବୋହିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କର ପରିଚୟ ଜଣା ପଡିଛି। ମୃତକ ହେଲେ ଉଦଳା ପାଟଶାହାଣୀପୁର ଗ୍ରାମର ବୀରବହ୍ଲବ ସିଂ। ମୃତ ସିଂ ଅନ୍ୟମାନଙ୍କ ସହିତ ପୁରୀରୁ ଶ୍ରୀ ଜଗନ୍ନାଥ ଦର୍ଶନ କରି ଫେରିବାବେଳେ ରିର୍ଜବ ବସ ବିଦୁରେଠାରେ ଅଟକିବା ପରେ ସେ ରାସ୍ତା ପାର ହୋଇ ଚା ପିଇବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।  ସାଙ୍ଗରେ ଥିବା ତୀର୍ଥ ଯାତ୍ରୀମାନେ ଦୁର୍ଘଟଣା ଖବର ପାଇ ନଥିଲେ। ବିଳମ୍ବିତ ରାତିରେ ଶବ ଡାକ୍ତରଖାନାରେ ପହଞ୍ଚିବା ପରେ ବୀରବହ୍ଲବଙ୍କର ମୃତ୍ୟୁ ହୋଇଥିବାର ଜାଣି ପୁଲିସକୁ ଖବର ଦେଇଥିଲେ।

   Related Posts